29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶରହସ୍ୟମୟ କୂଅ

ରହସ୍ୟମୟ କୂଅ

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ସେହି ରହସ୍ୟମୟ କୂଅ ବିଷୟରେ କହିବାକୁ ଯାଉଛୁ, ଯେଇଁଠିକୁ ଯିବାକୁ ଲୋକେ ଡରନ୍ତି । ହେଲେ ସେଠାକୁ ଯିବାକୁ ଯାହାର ଇଚ୍ଛା ଥାଏ ସେମାନେ କୌଣସି ବିପଦକୁ ଖାତିର ନକରି ଯାଆନ୍ତି । ଏହା ହେଉଛି ଏକ ରୋମାଂଚଭରା କୂଅ । ଯାହା ସବୁ ସମୟରେ ଚର୍ଚ୍ଚାରେ ରହିଥାଏ । ଏପର୍ଯ୍ୟନ୍ତ ଏହା ସହ ଜଡିତ ଅନେକ ଲୋକ କଥା ସାମ୍ନାକୁ ଆସିଛି । ଆମେରିକା ଟେକ୍ସାସ ସହରସ୍ଥିତ ୱିମ୍ବରଲେ ରେ ଅବସ୍ଥିତ । କୁହାଯାଏ, ଏହି ଜାଗା ଅତ୍ୟନ୍ତ ସୁନ୍ଦର ଏବଂ ମନୋରମ । ଏହାସହିତ ସେତିକି ରହସ୍ୟମୟ ଏବଂ ବିପଦପୂର୍ଣ୍ଣ ମଧ୍ୟ । ଦୁନିଆର ସବୁଠୁ ବିପଦଜନକ କୂଅ ମଧ୍ୟରେ ଏହି ପ୍ରାକୃତିକ କୂଅ ଆସେ । ପ୍ରକୃତିପ୍ରେମୀ ଏବଂ ଆଡଭେନଚର ପସନ୍ଦ କରୁଥିବା ଲୋକେ ଖୋଜି ଖୋଜି ଏଠାରେ ଆସି ପହଂଚିଯାନ୍ତି । ହେଲେ ଆଡଭେନଚର ଚକ୍କରରେ ଏମିତି କିଛି କରିବସନ୍ତି, ଯେଉଁଥିରେ ନିଜ ପ୍ରାଣ ହରାଇ ଦିଅନ୍ତି । ପ୍ରକୃତରେ ଏମାନେ ସେମିତି ଲୋକ ହୋଇଥାନ୍ତି, ଯେଉଁମାନେ ପାଣିର ଗଭୀରକୁ ଯିବାକୁ ପସନ୍ଦ କରନ୍ତି ଏବଂ ନିଜ ଜୀବନକୁ ବିପଦରେ ପକାଇବାକୁ ଟିକେ ବି ପଛଘୁଂଚା ଦିଅନ୍ତିନି । ଏଥିରେ ପହଁରୁଥିବା ବୁଡାଳୀ ପାଣିର ୪୦ ମିଟର ଭିତରେ ଥିବା ଗୁମ୍ଫାକୁ ଚାଲିଯାଆନ୍ତି । ଏହି କୂଅରେ ଛୋଟ ପିଲା ପହଁରିବା ସହଜ କଥା ନୁହେଁ । ଏମିତି ମଧ୍ୟ ଶୁଣିବାକୁ ମିଳିଛି ଯେ, ଏହି ପ୍ରାକୃତିକ କୂଅ ଭିତରକୁ ଯାଇଥିବା ଲୋକଙ୍କ ମଧ୍ୟରୁ କିଛି ଜଣ ଆଉ ଫେରି ପାରିନାହାନ୍ତି । ନିଜ ଆଡକୁ ଆକର୍ଷିତ କରୁଥିବା ଏହି ଗଭୀର କୂଅର ମୁହଁ ପ୍ରାୟ ୪ ମିଟର ଚଉଡା ସହ ୧୦ ମିଟର ଗଭୀର ବୋଲି କୁହାଯାଏ । ଯେତେ ଭିତରକୁ ଯିବେ ଖାଲି ଅନ୍ଧାର ହିଁ ଅନ୍ଧାର । ଆଉ ଯଦି କିଏ ଫେରିଆସିଛି, ତେବେ ସେ ଗଭୀର ଭାବରେ ଆଘାତ ହୋଇ ଆସିଛି । ଆଶ୍ଚର୍ଯ୍ୟକର କଥା ହେଲା ଯେ, ଲୋକେ ଏହା ଜାଣି ମଧ୍ୟ ସେଠାକୁ ଯାଆନ୍ତି । ଜାକବ୍ସ ୱେଲ ଆଜି ବି ଲୋକଙ୍କ ପାଇଁ ରହସ୍ୟମୟ ହୋଇ ରହିଛି । ଅନେକ ଗବେଷକମାନେ ମଧ୍ୟ ସେଠାକୁ ଯାଇଛନ୍ତି । ହେଲେ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking