34.1 C
Bhubaneswar
Thursday, April 25, 2024
Homeଓଡିଶାପାଣି ପାଇଁ ତାତିଲେ ମହିଳା

ପାଣି ପାଇଁ ତାତିଲେ ମହିଳା

ଗୁଣୁପୁର: ପାଣି ପାଇଁ ତାତିଲେ ମହିଳା । ବିଭାଗୀୟ ଅଧିକାରୀ ଙ୍କ ପ୍ରତିଶ୍ରୁତି ପ୍ରତାରଣା ପଲଟିଥିବା ରୁ ଆଜି ବାଧ୍ୟହୋଇ ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର 16 ରାମକୃଷ୍ଣ ନଗର ଅଞ୍ଚଳର ମହିଳା ମାନେ ହାଣ୍ଡି, ଗରା, ବାଲଟି ଧରି ପହଞ୍ଚିଥିଲେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ । ଦୀର୍ଘ ଏକ ବର୍ଷ ଧରି ଏହି ଅଞ୍ଚଳରେ ପାନୀୟ ଜଳ ଯୋଗାଣ ରେ ସମସ୍ୟା ଲାଗି ରହିଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ଘର ଘରକୁ ପାଇପ ଲାଇନ ଯାଇଥିଲେ ମଧ୍ୟ ଯଥେଷ୍ଟ ପାଣି ଆସୁନଥିବାରୁ ବାଧ୍ୟ ହୋଇ ବଂଶଧାରା ନଦୀ ଉପରେ ନିର୍ଭର କରୁଥିବା କହିଛନ୍ତି । ଅନ୍ୟପକ୍ଷରେ ସମସ୍ୟା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି କି ଏଠାକାର ହିତାଧିକାରୀ ଠିକ ସମୟରେ ଜଳ କର ପୈଠ କରୁ ନାହାନ୍ତି । ନଳକୂପ ଅଚଳ ଥିବା ଆଜି ସେ ଅବଗତ ହେଲେ ତୁରନ୍ତ ଏହା ମରାମତି କରାଯିବ । ବର୍ତ୍ତମାନ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ । ପାଇପ ଲାଇନ ଯୋଗାଣ ବ୍ୟବସ୍ଥା ର ତୃଟି ଥିଲେ, ଦିନେ ଦୁଇ ଦିନ ଭିତରେ ସ୍ୱାଭାବିକ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking