28.1 C
Bhubaneswar
Friday, March 29, 2024
Homeଓଡିଶାବିନା ସୂଚନା ଫଳକରେ ଲକ୍ଷ ଲକ୍ଷ ଟଙ୍କା ର ନଦୀ ପାର୍ଶ୍ୱ ପଥର ବନ୍ଧା କାର୍ଯ୍ୟ

ବିନା ସୂଚନା ଫଳକରେ ଲକ୍ଷ ଲକ୍ଷ ଟଙ୍କା ର ନଦୀ ପାର୍ଶ୍ୱ ପଥର ବନ୍ଧା କାର୍ଯ୍ୟ

ନବରଙ୍ଗପୁର- କାମ ସରିଗଲା, ତାହା ବି ଲୋକଙ୍କ ଅଜାଣତରେ l କି କାମ , କିଏ କରୁଛି କେଉଁ ବିଭାଗର କାମ ଓ କେତେ ଲକ୍ଷ ଟଙ୍କା ର ଅଟକଳରେ ହେବାକୁ ଯାଉଛି ନିର୍ମାଣ , କିଛି ବି ସୂଚନା ମିଳିଲାନି କାହାକୁ l କେବଳ ଦେଖିବାକୁ ମିଳିଛି ଝରିଗାଁ ରେଞ୍ଜ୍ ଚନ୍ଦାହାଣ୍ଡି ଜଙ୍ଗଲରୁ ସଂଗ୍ରହ ହୋଇ ଅଣାଯାଉଥିଲା ଛୋଟ ଛୋଟ ଗୋଲ୍ ପଥର ଖଣ୍ଡ ଓ ନଦୀ ପାର୍ଶ୍ବରେ ପକେଇ ଦିଆଯାଉଥିଲା , ତାହା ବି ହିଟାଚି ମାଧ୍ୟମରେ l ଏ ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ସୀମାରେଖାରେ ବହି ଯାଉଥିବା ତେଲନଦୀ କୋଇଲିମୁଣ୍ଡା ଉପକୁଳରେ l ତେବେ ପାର୍ଶ୍ୱବର୍ତ୍ତୀ ବସବାସ କରୁଥିବା ଲୋକମାନଙ୍କ କହିବା ଅନୁଯାୟୀ , ବର୍ଷା ଯୋଗୁଁ ନଦୀର ଡାହାଣ ପାର୍ଶ୍ଵ କୋଇଲିମୁଣ୍ଡା ଗାଁ କୂଳରୁ ବିରିଘାଟ ରାସ୍ତା ପର୍ଯ୍ୟନ୍ତ ସ୍ଥାନକୁ କୁଳ ଖାଇ ଯାଉଥିଲା ଏହାକୁ ଦେଖି ସ୍ଥାନୀୟ ତତ୍କାଳୀନ ମନ୍ତ୍ରୀ ତଥା ବର୍ତ୍ତମାନର ନବରଙ୍ଗପୁର ଲୋକସଭା କ୍ଷେତ୍ରର ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କୁ ଗାଁ ଲୋକ ଅଭିଯୋଗ ଆଣିଥିଲେ l ହେଲେ ବର୍ତ୍ତମାନ ଉକ୍ତ ସ୍ଥାନରେ ପଥର ରେ ଆଡି ବନ୍ଧ ନିର୍ମାଣ କରି ଜଳସ୍ରୋତକୁ ରୋକି ପାର୍ଶ୍ୱବର୍ତ୍ତୀ କୂଳ ଅଞ୍ଚଳ କୁ ସୁରକ୍ଷା ଦେବାରେ ଉକ୍ତ ଆଡ଼ିବନ୍ଧ ନିର୍ମାଣ ପାଇଁ ମଞ୍ଜୁର ହୋଇ କାମ ଆରମ୍ଭ ହୋଇ କାର୍ଯ୍ୟ ଶେଷ ମଧ୍ଯ ହୋଇସାରିଥିବା ବେଳେ ମଧ୍ଯ ସୂଚନା ଫଳକ ଲେଖାଯାଇ ନଥିଲା l ଏଥି ନେଇ ସ୍ଥାନୀୟ ବାସିନ୍ଦା ଉକ୍ତ କାର୍ଯ୍ୟର ମାନ ନେଇ ପ୍ରଶ୍ନ ଉଠାଇଥିବା ବେଳେ ନିମ୍ନମାନର ପଥର ବ୍ୟବହାର କରି ଉକ୍ତ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଏହା ଖୁବ୍ ଶୀଘ୍ର ଭୁଶୁଡ଼ି ପଡିବା ସନ୍ଦେହ ହେଉଛି ବୋଲି ଅଭିଯୋଗ ଆଣିବା ସହ କାମ ନିମ୍ନମାନର ଓ ବିଭାଗୀୟ ଯନ୍ତ୍ରୀ କିମ୍ଵା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ ବିନା ଉପସ୍ଥିତ ରେ ଏଭଳି ନିମ୍ନ କାମ ହୋଇଛି ବୋଲି କୋଇଲି ମୁଣ୍ଡା ଗ୍ରାମବାସୀ ଆମର ଗଣ ମାଧ୍ୟମ ପ୍ରତିନିଧି ଙ୍କ ଆଗରେ ପ୍ରତିକ୍ରିୟା ରଖିଛନ୍ତି l ତେବେ ବିଭାଗୀୟ ଅଧିକାରୀ ଙ୍କ ମନମୂଖୀ କାର୍ଯ୍ୟ ଓ କାର୍ଯ୍ୟ ସମ୍ପାଦନା ରେ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ସମ୍ଭନ୍ଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି l

-ନବରଙ୍ଗପୁର ରୁ ଭୋଦେବ ଗୌଡ଼

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking