26.1 C
Bhubaneswar
Wednesday, May 8, 2024
Homeଅପରାଧ୨୧ ବର୍ଷ ପରେ ହତ୍ୟାକାରୀ ଗିରଫ

୨୧ ବର୍ଷ ପରେ ହତ୍ୟାକାରୀ ଗିରଫ

ପୁରୁଷୋତ୍ତମପୁର: ଗୁଜରାଟର ସୁରତରେ ୨୦୦୧ ମସିହାରେ ପ୍ରତାପ ଗୌଡ଼ ନାମକ ଜଣେ ବ୍ୟକ୍ତିକୁ ହତ୍ୟାକରି ଫେରାର ହୋଇଯାଇଥିବା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଉଁଶିଆ ଗାଁର ଶଙ୍କର ବେହେରାକୁ ପୁରୁଷୋତ୍ତମପୁର ପୁଲିସ୍ କରିଛି । ଗିରଫ ଶଙ୍କରକୁ ସୁରତ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି । ପ୍ରକାଶଥାଉକି ୨୦୦୧ ମସିହାରେ ଶଙ୍କର ବେହେରା ଓ ତାର ଭାଇ ଉଭୟେ ସୁରତର ପାଣ୍ଡସରା ଅଞ୍ଚଳ ରହି ସୂତା କଳରେ କାମ କରୁଥିଲେ । କିନ୍ତୁ ଶଙ୍କର ବେହେରାର ସାନ ଭାଇକୁ ପ୍ରତାପ ଗୌଡ଼ ହତ୍ୟା କରିଥିବାରୁ ପ୍ରତାପକୁ ସୁରତ ପୁଲିସ ଗିରଫ କରି ଜେଲ ପଠାଇଥିଲା ।

ତେବେ କିଛି ମାସ ପରେ ବେଲରେ ଆସିଥିଲା ପ୍ରତାପ । ଅନ୍ୟପକ୍ଷରେ ଭାଇ ମୃତ୍ୟୁରେ ପ୍ରତିଶୋଧ ପରାୟଣ ହୋଇ ଶଙ୍କର ଓ ତା’ର କିଛି ସହଯୋଗୀ ୨୦୦୧ ମସିହାରେ ପ୍ରତାପ ଗୌଡ଼କୁ ହତ୍ୟା କରିଥିଲେ । ପରେ ଗିରଫ ଭୟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଉଁସିଆ ଗ୍ରାମକୁ ଆସି ଲୁଚି ରହିଥିଲେ । ପୁଲିସକୁ ଚକମା ଦେଇ ସ୍ଥାନ ବଦଳାଇ ରହିଆସୁଥିବା ବେଳେ ଆଜି ପୁରୁଷୋତ୍ତମପୁର ସହରର କନକା ସ୍ଲମରେ ରହିଥିବା ବେଳେ ପୁରୁଷୋତ୍ତମପୁର ଥାନା ଅଧିକାରୀ ଓ ତାଙ୍କ ଟିମ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ । ଶଙ୍କରକୁ ଗିରଫ କରାଯିବା ପରେ ସୁରତ ପୁଲିସକୁ ଖବର ଦିଆଯାଇଥିଲା । ସୁରତ ପୁଲିସ ପହଞ୍ôଚବା ପରେ ଅଭିଯୁକ୍ତକୁ ହସ୍ତାନ୍ତର କରାଯାଇଥିବା ପୁଲିସ୍ ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking