28.1 C
Bhubaneswar
Wednesday, April 24, 2024
Homeଓଡିଶାପାରିବାରିକ କଳହକୁ କେନ୍ଦ୍ର କରି ୨ ଦିନରେ ୩ ଆତ୍ମହତ୍ୟା

ପାରିବାରିକ କଳହକୁ କେନ୍ଦ୍ର କରି ୨ ଦିନରେ ୩ ଆତ୍ମହତ୍ୟା

କୁକୁଡାଖଣ୍ଡି : ସଦରଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଏବଂ ଲାଠିରେ ଶୁକ୍ରବାର ଦିନ ୨ ଜଣ ଆତ୍ମହତ୍ୟା କରିଥିବା ବେଳେ ଆଜି ପୁଣି ଆଉ ଜଣେ ଆତ୍ମହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ସ୍ତ୍ରୀ ଲକ୍ଷ୍ମୀ ନାୟକ ଏବଂ ସ୍ୱାମୀ ଅଙ୍ଗଦ ନାୟକଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହିଥିଲା । ଅଙ୍ଗଦ ମଦ୍ୟପାନ କରି ଘରେ ପାରିବାରିକ ଅଶାନ୍ତି କରୁଥିଲେ । ଶୁକ୍ରବାର ଦିନ ଭୋଜିକୁ ଯିବା ପାଇଁ ପିଲାମାନଙ୍କୁ ନେଇ ଅଙ୍ଗଦ ନାୟକ ବାହାରିଥିଲେ । ଗ୍ରାମ ମୁହଁରୁ ପିଲାମାନଙ୍କୁ ଛାଡିଦେଇ ଗ୍ରାମ ନିକଟସ୍ଥ ଲଙ୍କାଭାଲିଆ ଗଛବୁଦା ମୂଳରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲେ ।

ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ôଚ ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲା । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ସେହିପରି ଲାଠି ବଡଦାଣ୍ଡ ସାହିର ଅଶୋକ କୁମାର ପଣ୍ଡା(୫୬) ନାମକ ବ୍ୟକ୍ତି ମଦ ଭାବି ବୋତଲରେ ଥିବା ବିଷ ପିଇଦେଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ଥାନା ଏଏସ୍‌ଆଇ ଶଙ୍କର ଦଳାଇଙ୍କ ସୂଚନା ଦେଇଥିଲେ ।

ଶନିବାର ନିମଖଣ୍ଡି ଫାଣ୍ଡି ନିକଟସ୍ଥ ଭାବିନିପୁର ଆରିଆନ ଗୁରୁକୁଳ କଲେଜ ନିକଟସ୍ଥ ଏକ ଗଛରେ ଲଚାପୋଡ଼ା ଅଞ୍ଚଳର ମରୁ ମହାରଣାଙ୍କ ପୁଅ ଦଣ୍ଡପାଣି ମହାରଣା(୩୫) ପାରିବାରିକ ଅଶାନ୍ତିକୁ ନେଇ ଦୌଡ଼ିଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ନିମଖଣ୍ଡି ଫାଣ୍ଡି ପୁଲିସ୍ ପହଞ୍ôଚ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking