30.1 C
Bhubaneswar
Monday, May 6, 2024
Homeଅପରାଧଶୋ’ରୁମ୍ ମାଲିକଙ୍କୁ ଅପହରଣ: ୨ ଅଭିଯୁକ୍ତ ଗିରଫ

ଶୋ’ରୁମ୍ ମାଲିକଙ୍କୁ ଅପହରଣ: ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଶୋ’ରୁମ୍ ମାଲିକଙ୍କୁ ଅପହରଣ ଓ ମୁଣ୍ଡ ଜାମିନ୍ ଦେଢଲକ୍ଷ ଟଙ୍କା ଅଭିଯୋଗରେ ଇନ୍‌ଫୋଭ୍ୟାଲି ଥାନା ପୋଲିସ ଶନିବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ନୟାଗଡ ଜିଲ୍ଲା ଛନ୍ଦପ୍‌ୁର ଥାନା ଅଞ୍ଚଳର ମାନସ ରଞ୍ଜନ ଦାସ(୨୭) ଓ ମଧୁସୁଦନ ମଲ୍ଲିକ୍‌(୩୨) । ଏ ନେଇ ଗତ ୨୩ ତାରିଖରେ ଅପହୃର୍ତ୍ତାଙ୍କର ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ସୂଚନା ମୁତାବକ, ପୀଡିତଙ୍କର ପୀତାପଲ୍ଲୀ ଛକରେ ଗୋଟିଏ ଟ୍ରାକ୍ଟର ଶୋ’ ରୁମ ଅଛି ଯାହାକୁ ସେ ଗତ ୬ ବର୍ଷ ହେବ ଚଳାଇ ଆସୁଛନ୍ତି । ଗିରଫ ଅଭିଯୁକ୍ତଙ୍କ ଭାଇ ମନୋରଞ୍ଜନ ଗତ କିଛି ଦିନ ପୂର୍ବରୁ ପୀଡିତଙ୍କ ଶୋ’ ରୁମକୁ ଟ୍ରାକ୍ଟର କିଣିବା ପାଇଁ ଆସିଥିଲେ । ସେଠାରେ ଟ୍ରାକ୍ଟର କିଣିବାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ।

ଗତ ୨୧ ତାରିଖରେ ପୀଡିତ ଭୁବନେଶ୍ୱରରୁ ନିଜ କାରରେ ଘରକୁ ଫେରୁଥିବା ବେଳେ ଯାଁଳା ଓଭର ବ୍ରିଜ ନିକଟରେ ମନୋରଞ୍ଜନ ଏବଂ ତାଙ୍କର ସହଯୋଗୀ ଗୋଟିଏ ମହିନ୍ଦ୍ରା ଟିୟୁଭି ଆସି ପୀଡିତଙ୍କୁ ତାଙ୍କ କାରରୁ ବଳପୂର୍ବକ ଟାଣି ନେଇ ଅପହରଣ କରି ଟାଙ୍ଗୀ ଅଞ୍ଚଳକୁ ନେଇଯାଇଥିଲେ । ଅଭିଯୁକ୍ତ ମାନେ ପୀଡିତଙ୍କୁ ଆକ୍ରମଣ କରିଥିଲେ ଏବଂ ୧,୫୦,୦୦୦/- ଟଙ୍କା ନଦେଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ପୀଡିତ କୌଶଳ କ୍ରମେ ତାଙ୍କ ସ୍ତ୍ରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ସହିତ ଅଭିଯୁକ୍ତ ଅରୁ ସେଠ, ମାନସ ରଞ୍ଜନ ଦାସ, ମନୋତାଞ୍ଜନ ଦାସ, ଏବଂ ମଧୁ ମଲ୍ଲିକ ତାଙ୍କୁ ଅପହରଣ କରିଛନ୍ତି ଏବଂ ଗାଳିଗୁଲଜ କରିବା ସହିତ ନିଜି ସ୍ୱାର୍ଥ ପୂରଣ ନିମନ୍ତେ ବାଧ୍ୟ କରୁଥିବା ଜଣାଇଥିଲେ ।

ଅଭିଯୋଗକାରିଣୀ ଏ ନେଇ ଇନ୍‌ଫୋଭ୍ୟାଲ୍ଲୀ ଥାନାରେ ଅଭିଯୋଗକରିବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ । ଶନିବାର ପୋଲିସ ଟାଙ୍ଗୀ ଅଞ୍ଚଳରେ ଚଢାଉ କରି ପୀଡିତଙ୍କୁ ଉଧାର କରିଥିଲେ ଏବଂ ଅଭିଯୁକ୍ତ ଦ୍ୱୟଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତଦନ୍ତ ସମୟରେ ଅଭିଯୁକ୍ତମାନେ ତାଙ୍କର ଅନ୍ୟ ସହଯୋଗୀଙ୍କ ସହିତ ମିଶି ପୀଡିତଙ୍କୁ ଅପହରଣ କରିଥିବା ଅପରାଧ ସ୍ୱୀକାର କରିଥିଲେ । ତଦନ୍ତ ପରେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରଯାଇଛି ଏବଂ ସହଯୋଗୀଙ୍କୁ ଗିରଫ ପାଇଁ ପ୍ରୟାସ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking