39.1 C
Bhubaneswar
Wednesday, April 24, 2024
Homeଓଡିଶାରହସ୍ୟ ଘେରରେ ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା

ରହସ୍ୟ ଘେରରେ ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା

ଆତ୍ମହତ୍ୟା ପୂର୍ବର ମେସେଜ୍ ଓ ଭିଡିଓ କୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଶନିବାର ସକାଳୁ ଭୂବନେଶ୍ୱର ସ୍ଥିତ ଶିଶୁପାଳଗଡ ନିଜସ୍ୱ ବାସଭବନ ର ସମ୍ମୁଖରେ ବେକରେ ଗାମୁଛାରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଚି ଝୁଲନ୍ତା ଅବସ୍ଥାରେ ଧର୍ମେନ୍ଦ୍ର ସାହୁ ଙ୍କ ମରଶରୀରକୁ ଜବତ କରିବା ସହିତ ପୋଷ୍ଟମର୍ଟମ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ଆତ୍ମହତ୍ୟା ପୂର୍ବରୁ ସେ ଫେସବୁକ୍ ରେ ଏକ ମେସେଜ୍ ଛାଡିଥିଲେ ଯେଉଁଥିରେ ଲେଖାହୋଇଥିଲା ମୋର ଦୁଇଟା ମୋବାଇଲ୍ ରେ ଅନେକ ଭିଡିଓ ରହିଛି ତାହାକୁ ଲୋକଲୋଚନକୁ ଆଣିବା ଦରକାର । ଏହା ପୂର୍ବରୁ ସେ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ନାମରେ ଚାଲିଥିବା ଅପପ୍ରଚାର କୁ ସେ ଦୃଢ ଭାବରେ ଖଣ୍ଡନ କରିଥିଲେ ଓ ପରିବାର ରେ ରାଜନୈତିକ ଘଟଣାକୁ ନେଇ ଅଶାନ୍ତି ଲାଗି ରହିଛି ବୋଲି ମଧ୍ୟ କହିଥିଲେ ।

ପୋଲିସ ଏବେ ମାମଲାର ସମସ୍ତ ଦିଗକୁ ଛାନଭିନ୍ନ କରିବା ସହିତ ଦୁଇଟା ମୋବାଇଲରେ କଣ ଭିଡିଓ ରହିଛି ତାହାକୁ ନେଇ ତଦନ୍ତ କରୁଛି । ତେବେ ଘଟଣାସ୍ଥଳରୁ ଦୁରରେ ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲ ସନ୍ଧାନୀ କୁକୁର ଖୋଜି ଠାବ କରିବା, ଏତେ ଉଚ୍ଚା ତାଜାରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିବା, ଏକ ନିର୍ଦ୍ଦିଷ୍ଟ ଖବର କାଗଜରେ ତାଙ୍କ ନାମରେ ଅପପ୍ରଚାର କରାଯିବା, ଧମେନ୍ଦ୍ର ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲରେ ଭର୍ତ୍ତୀ ହେବା, ଶନିବାର ଆତ୍ମହତ୍ୟା କରିଥିବା ସ୍ଥାନ ନିକଟ ଫୁଲକୁଣ୍ଡ ପାଖରୁ ୫ ଶହ ଟଙ୍କିଆ ନୋଟ ବିଡା ପୋଲିସ ଜବତ କରିବା ଘଟଣା ଧମେନ୍ଦ୍ରଙ୍କ ଆତ୍ମହତ୍ୟାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଠିଆ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ପୁଲିସ ସମସ୍ତ ଦିଗକୁ ନେଇ ଛାନଭିନ କରିଛନ୍ତି । ପାରିବାରିକ କଳହ ନା ଏହା ପଛରେ ଆଉ କିଛି କାରଣ ରହିଛି ସେ ପୁଲିସ ପରିବାର ଲୋକଙ୍କୁ ପଚରାଉଚରା କରାିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ।

ସୂଚନା ମୁତାବକ ପୁରୀ ଜିଲା ଗୋପ ଥାନା ଅଞ୍ଚଳର ଖଣ୍ଡିଆକୁଦ ଗ୍ରାମରେ ଧମେନ୍ଦ୍ରଙ୍କ ପୈତୃକ ବାସଭବନ ।ଶିଶୁପାଳଗଡ ସ୍ଥିତ ଲକ୍ଷ୍ମୀ ବହାର ପ୍ଲଟ ନମ୍ବର ୩୯୯୮ରେ ହରି ଭବନ ନାମରେ ଅନ୍ୟଳ ଏକ ବାସଭବନ ରହିଛି । ଶୁକ୍ରବାର ଧମେନ୍ଦ୍ରଙ୍କ ପୁତୁରା ଶିଶୁପାଳଗଡ ସ୍ଥିତ ଘରକୁ ଆସିଥିବା ବେଳେ ସ୍ତ୍ରୀ ଓ ପୁଅ ଗୋପ ସ୍ଥିତ ଘରେ ଥିଲେ । ହେଲେ ଧର୍ମେନ୍ଦ୍ର ତାଙ୍କ ପୁତୁରାଙ୍କୁ ୁ ଗାଳି ଗୁଲଜ କରି ଗୋପ ସ୍ଥିତ ଘରକୁ ପଠାଇଦେଇଥିଲେ । ସ୍ତ୍ରୀ ପୁଅକୁ ମାରି ନିଜେ ଆତ୍ମହତ୍ୟା କରିବେ ବୋଲି ପୁତୁରାକୁ ଧକମ ଦେଇଥିଲେ । ତେବେ ଶୁକ୍ରବାର ସକାଳୁ ତାଙ୍କର ଘର ସମ୍ମୁଖ ତାଜାରେ ଝୁଲନ୍ତା ମୃତଦେହ ପୁଲିସ ଉନ୍ଧାର କରିଥିଲା । ତେବେ ସବୁଠାରୁ ବଡ କଥା ହେଉଛି ଏହା ପୂର୍ବରୁୁ ଧର୍ମେନ୍ଦ୍ର କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯାହାକି ଖବର କାଗଜରେ ଜିଲା ପରିଷଦ ସଭ୍ୟ ଆତ୍ମହତ୍ୟା ନେଇ ଯେଉଁ ତଥ୍ୟ ପ୍ରକାଶ ପାଇଥିଲା । ତାହାର କଣ ସତ୍ୟତା ରହିଛି । ଯେଉଁଥିରେ ଜଣେ ନେତାଙ୍କୁ ଟାର୍ଗେଟ କରାଯିବା ସହ ଧର୍ମେନ୍ଦ୍ରଙ୍କ ସମ୍ପର୍କୀୟଙ୍କ ସହ ଉକ୍ତ ନେତାଙ୍କର ଖରାପ ସମ୍ପର୍କ ଥିବା ଲେଖାଯାଇଥିଲା । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଧର୍ମେନ୍ଦ୍ର ଚାପରେ ରହୁୂଥିଲେ କି?

ଧମେନ୍ଦ୍ରଙ୍କ ଫେସବୁକ ପୋଷ୍ଟ ପରେ ଆତ୍ମହତ୍ୟା କରିବା ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ତନ ତନ କରି ଯାଞ୍ଚ କରିଥିଲେ । ପ୍ରଥମେ ମୋବାଇଲ ନମିଳିବା ଓ ପରେ ମିଳିବା ଘଟଣା ସନ୍ଦେହଜନକ ପରିସ୍ଥିତି ସୃଷ୍ଟି କରିଛି । ଏପରିକି ସିସିଟିଭି କ୍ୟାମେରାରେ ସେଦି ରାତିରେ ଜଣେ ବ୍ୟକ୍ତି ଧମେନ୍ଦ୍ରଙ୍କ ଘରୁ ବାହାରି ଯାଉଥିବାର ଦୃଶ୍ୟ ମଧ୍ୟ କଏଦ ହୋଇଛି । କିଏ ସେହି ବ୍ୟକ୍ତି? । ଯିଦି ଧର୍ମେନ୍ଦ୍ର ଆତ୍ମହତ୍ୟ କଲେ ତେବେ ତାଙ୍କର ମୋବଇଲ ଫୋନ ୨ ଟି ପଦାକୁ ଫୋପାଡିଲା କିଏ । ଯାହାକୁ ସନ୍ଧାନୀ କୁକୁର ସାହାର୍ଯ୍ୟରେ ବହୁ ବିଳମ୍ବରେ ସଂଧ୍ୟାରେ ଉଦ୍ଧାର କରାଗଲା । ତେବେ ଉକ୍ତ ଫୋନକୁ ଯାଞ୍ଚ କଲେ ସତ୍ୟା ସତ୍ୟ ମିଳିବ ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ଜୋର ଧରିଛି । ତେବେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ତାଙ୍କୁ ହତ୍ୟା କରି କେହି ଟାଙ୍ଗୀ ଦେଇଛି, ଏ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତେବେ ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରହିଥିବା ବେଳେ ମୃତ ଦେହ ବ୍ୟବଚ୍ଚେଦ ରିପୋର୍ଟ ଆସିଲେ ମୃତ୍ୟୁ କରଣ ଜଣାପଡିବ ବୋଲି ପୁଲିସ କହିଛି ।

ତେବେ ସ୍ଥାନୀୟ ଏକ ସାପ୍ତାହିକ ଖବରକାଗଜ ରେ ଅନେକ ଅକୁହା କଥାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କର ଶ୍ୱଶୁର କିନ୍ତୁ କହିଛନ୍ତି ଯେ ସେ ପ୍ରଚୁର ମଦ ପିଅନ୍ତିି ଏବଂ ସ୍ତ୍ରୀ ,ପିଲାଙ୍କୁ ମାଡ ମାରନ୍ତି ଯାହାର ପରିଣାମ ଏହି ଭଳି ହୋଇଛି । ସାଧାରଣ ଲୋକମାନେ କିନ୍ତୁ ଏହି ପ୍ରତିକ୍ରିୟାକୁ ଠିକ୍ ରେ ନେଇ ପାରିନାହିାଁ ସମ୍ଭ୍ରାନ୍ତ ପରିବାରର ଧର୍ମେନ୍ଦ୍ରଙ୍କର ମୋବାଇଲରେ କଣ ଭିଡିଓ ରହିଛି ଯାହାକୁ ସେ ଲୋକଲୋଚନ କୁ ଆଣିବାକୁ ଫେସବୁକରେ ମେସେଜ୍ କରିଥିଲେ ତାହାକୁ ନେଇ ଗୋପ ଅଂଚଳରେ ଚାଲିଛି ତୀବ୍ର ପ୍ରିତିକ୍ରିୟା ଦେଖାଦେଇଛି ।ା ଏବେ ଉକ୍ତ ଦୁଇଟି ମୋବାଇଲ୍ ଜବତ କରାଯାଇଥିବା ଜଣାପଡିଛି ।

ଯଦି ପୋଲିସ ନିରପେକ୍ଷ ତଦନ୍ତ କରେ ତେବେ ନିଶ୍ଚିତ ଭାବେ ଆତ୍ମହତ୍ୟା ନା ହତ୍ୟା ଏହାର ରହସ୍ୟ ର ପର୍ଦ୍ଦାଫାସ ହେବ । ଧର୍ମେନ୍ଦ୍ରଙ୍କ ମୃତ ଦେହ ବ୍ୟବଚ୍ଚେଦ ପରେ ମରଶରୀର କୁ ନିମାପଡା, ଗୋପ,ଗଣେଶ୍ୱପୁର ଦେଇ ନିଜ ଗ୍ରାମ ବେଦପୁର ପଂଚାୟତର ଖଣ୍ଡିଆକୁଦ ଗ୍ରାମକୁ ନିଆଯାଇଥିଲା ଏବଂ ତାଙ୍କୁ ସ୍ଥାନୀୟ ଲୋକମାନେ ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରିଥିଲେ । ଧର୍ମେନ୍ଦ୍ର ସାହୁ ଙ୍କର ଅନ୍ତ୍ୟେଷ୍ଟିକ୍ରିୟା ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ ଙ୍କ ସମେତ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଏହି ଅନ୍ତ୍ୟେଷ୍ଟିକ୍ରିୟା ରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking