30.1 C
Bhubaneswar
Friday, April 26, 2024
Homeଅପରାଧଟଙ୍କା ୩୦ ହଜାର ପାଇଁ ୫ ସମ୍ପର୍କୀୟ ଙ୍କୁ ମାରିଦେଲା..

ଟଙ୍କା ୩୦ ହଜାର ପାଇଁ ୫ ସମ୍ପର୍କୀୟ ଙ୍କୁ ମାରିଦେଲା..

ଦିଲ୍ଲୀ: ଦିଲ୍ଲୀ ପୋଲିସ ଦିଲ୍ଲୀର ଭଂଜପୁର ଠାରେ ଥିବା ଏକ ପରିବାରର ୫ ଜଣ ସଦସ୍ୟ ଙ୍କ ମୃତ୍ୟୁର ଗଣ୍ଠି ଖୋଲିଛନ୍ତି । ବୁଧବାର ଦିନ ସକାଳେ ଏକ ରହସ୍ୟମୟ ଢଙ୍ଗରେ ମିଳିଲା ଜଣେ ରିକ୍ସାବାଲା ,ତାଙ୍କ ପତ୍ନୀ ଓ ୩ ଜଣ ପିଲାଙ୍କ ମୃତ ଦେହ । ମୃତକ ମାନେ ହେଲେ ଶମ୍ଭୁ ଚୌଧରୀ (୪୩) ,ସୁନିତା (୩୭),ଶୀଭମ (୧୭),ସଚିନ୍(୧୪), କୋମଲ(୧୨) ।
ଗୁରୁବାର ଦିନ ଦିଲ୍ଲୀ ପୋଲିସ ଏହି ମାମଲା କୁ ଭାଙ୍ଗି ସମ୍ପର୍କୀୟ ପ୍ରଭୁ ମିଶ୍ରକୁ ଗିରଫ କରିଛି । ଅଭିଯୁକ୍ତ ମାତ୍ର ୩୦ ହଜାର ଟଙ୍କା ପାଇଁ ଏହି ହତ୍ୟା କାଣ୍ଡ ଘଟାଇଥିବା ଜଣାପଡିଛି । ପୋଲିସ ର ସୂଚନା ଅନୁସାରେ ମୃତକ ପରିବାର ଶମ୍ଭୁ ଅଭିଯୁକ୍ତ ର ମାମୁଁ ଥିଲେ ଏବଂ ସେ ମାମୁଁ ଙ୍କ ଠାରୁ ୩୦ ହଜାର ଟଙ୍କା ଧାର ନେଇଥିଲେ । ଶମ୍ଭୁ ତାକୁ ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ହାତ ହାତୀ ହୋଇଥିଲା । ପୋଲିସ ସନ୍ଦେହ କରି ଅଭିଯୁକ୍ତ କୁ ଧରିଥିଲା ବାରମ୍ବାର ଜେରା କରାଯିବାରୁ ବିଚଳିତ ହୋଇ ସତ ଜଣାଇଥିଲା ଅଭିଯୁକ୍ତ । ହତ୍ୟା ସମୟରେ ପ୍ରଭୁକୁ ଆଖ ପାଖ ରେ ଦେଖି ଅଟକ ରଖିଥିଲା ଦିଲ୍ଲୀ ପୋଲିସ । ଅଭିଯୁକ୍ତ ୨୮ ବର୍ଷ ବୟସର ହୋଇଥିବା ବେଳେ ତାକୁ ଦିଲ୍ଲୀ ରୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ କହିବା ଅନୁସାରେ ଟଙ୍କା ପାଇଁ ଝଗଡା ତୀବ୍ର ରୂପ ଧାରଣ କଲା ଫଳରେ ରାଗରେ ଆସି ଏକ ଲୁହ ରଡ଼ ସାହାଯ୍ୟରେ ମହିଳା ଓ ପିଲା ଙ୍କୁ ମାରିବା ପରେ ମୃତକ ମହିଳାଙ୍କ ସ୍ୱାମୀ କୁ ବି ମାରିଦେଇଥିଲା ଅଭିଯୁକ୍ତ। ଏ ନେଇ ତଦନ୍ତ ଆଗକୁ ଚାଲିବ ସହ ପୋଲିସ ର ଛାନଭିନ ଜାରି ରହିଛି ।
https://onakhabar.com/2020/02/15/three-hour-gujarat-visit-set-to-rs-100-crore/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking