39.1 C
Bhubaneswar
Friday, April 26, 2024
Homeଓଡିଶାମାଡି ଆସୁଛି ଖରା

ମାଡି ଆସୁଛି ଖରା

ଭୁବନେଶ୍ୱର: ପାଗରେ ଆସିଛି ପରିବର୍ତ୍ତନ । ଶୀତ ଋତୁ ସରିଛି । ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ଅସହ୍ୟ ଖରା ଆରମ୍ଭ ହୋଇଛି । କିନ୍ତୁ ଖରାର ପ୍ରକୋପ ଚଳିତ ବର୍ଷ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି । ଦିନର ତାପମାତ୍ରା ବଢ଼ିବା ସଙ୍ଗେ ସଙ୍ଗେ ଥଣ୍ଡା କମିବାରେ ଲାଗିଛି । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ଏଥର ଫେବ୍ରୁଆରି ଚତୁର୍ଥ ସପ୍ତାହ ବେଳକୁ ଦେଶର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ହେବ । ଉଭୟ ଦିନ ଓ ରାତିର ତାପମାତ୍ରା ୭ରୁ ୮ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ।
ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଅଧିକ ଖରା ହେବ ବୋଲି ପୂର୍ବାନୁମାନ କରାଯାଉଛି । ମାଲକାନଗିରି ଓ ପାଳାଖେମୁଣ୍ଡି ତାପାମାତ୍ରା ଗତକାଲି ୩୫ ଡିଗ୍ରି ଛୁଇଁଥିବା ବେଳେ ଟିଟିଲାଗଡ଼ ଓ ରାଜଧାନୀ ଭୁବନେଶ୍ୱରରେ ଗତକାଲି ତାପମାତ୍ରା ୩୪ ଡିଗ୍ରି ଡେଇଁଛି । ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯାଇଛି । ଆସନ୍ତା ୨ ଦିନ ମଧ୍ୟରେ ତାପାମାତ୍ରା ଆଉ ୨ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଫେବ୍ରୁଆରି ୨୦ ତାରିଖ ମଧ୍ୟରେ ଦେଶର ୧୫ ପ୍ରତିଶତ ଅଞ୍ଚଳ ଯଥା ଉତ୍ତରପୂର୍ବ ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଦକ୍ଷିଣ କୋଙ୍କଣ, ଜାମ୍ମୁ ଓ କାଶ୍ମରୀ, ହିମାଞ୍ଚଳ ପ୍ରଦେଶ, ପଞ୍ଜାବର କେତେକ ଅଞ୍ଚଳରେ ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫେବ୍ରୁଆରି ୨୦ ପରେ ରାଜସ୍ଥାନ, ପଞ୍ଜାବ, ହରିଆନା, ଉତ୍ତର ପ୍ରଦେଶ, ଆରୁଣାଚଳ ପ୍ରଦେଶ, ଆସାମ, ଦକ୍ଷିଣ ମହାରାଷ୍ଟ୍ର ସମେତ ଅନ୍ୟ କିଛି ଅଞ୍ଚଳ ରାତିର ସ୍ବାଭାବିକ ତାପମାତ୍ରା ବହୁ ପରିମାଣରେ ବଢ଼ିବ । ଫେବ୍ରୁଆରି ୨୧ରୁ ୨୭ ତାରିଖ ମଧ୍ୟରେ ଉକ୍ତ ଅଞ୍ଚଳଗୁଡ଼ିକରେ ଦିନର ତାପମାତ୍ରା ୩୫ରୁ ୪୦ ପ୍ରତିଶତ ବଢ଼ିବ । ଶେଷ ସପ୍ତାହ ବେଳକୁ ଗ୍ରୀଷ୍ମ ଦିନ ଭଳି ତାତି ଅନୁଭୂତ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking