26.1 C
Bhubaneswar
Tuesday, May 7, 2024
Homeଅପରାଧକଲେଜ ପରିସରରୁ ସାନିଟାରି ପ୍ୟାଡ୍‌ ମିଳିବାରୁ କଣ କଲେ କର୍ତ୍ତୃପକ୍ଷ ଜାଣିଲେ ଲଜ୍ୟା ଆସିବ..

କଲେଜ ପରିସରରୁ ସାନିଟାରି ପ୍ୟାଡ୍‌ ମିଳିବାରୁ କଣ କଲେ କର୍ତ୍ତୃପକ୍ଷ ଜାଣିଲେ ଲଜ୍ୟା ଆସିବ..

ଭୁଜ: ଗୁଜରାଟର ଭୁଜ ସ୍ଥିତ ଏକ କଲେଜ୍‌ର ଛାତ୍ରୀ ନିବାସରେ ଘଟିଥିବା ଲଜ୍ଜାଜନକ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । କଲେଜ୍‌ରେ ୬୮ ଜଣ ଛାତ୍ରୀଙ୍କୁ ଅନ୍ତର୍ବସ୍ତ୍ର ଖୋଲି ଋତୁସ୍ରାବ ହୋଇନଥିବା ପ୍ରମାଣ ଦେବାକୁ ପଡ଼ିଥିବା ଅଭିଯୋଗ ହୋଇଛି। ସେମାନେ ଏପରି କରି ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରମାଣ ଦେଇଥିବା କୁହାଯାଉଛି।
କଲେଜ ପରିସରରେ ସାନିଟାରି ପ୍ୟାଡ୍‌ ପଡ଼ିଥିବା ଦେଖିବାକୁ ମିଳିବା ପରେ ପ୍ରିନ୍ସିପାଲ ଛାତ୍ରୀମାନଙ୍କ ଋତୁସ୍ରାବ ଯାଞ୍ଚ କରିବାକୁ ନିଷ୍ପତ୍ତି ନେବା ସହ ଏହାର ପ୍ରମାଣ ପାଇବା ପାଇଁ ସେ ଅନ୍ୟ ଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ୬୮ ଜଣ ଛାତ୍ରୀଙ୍କୁ ଉଲଗ୍ନ ହେବାକୁ କହିଥିଲେ। ଛାତ୍ରୀମାନଙ୍କୁ ଏଥିପାଇଁ ବାଧ୍ୟ କରାଯାଇଥିଲା ଏବଂ ଏହି ଘଟଣାରେ ଛାତ୍ରୀମାନେ ଗଭୀର ମାନସିକ ଆଘାତ ପାଇଛନ୍ତି। ଅନ୍ୟପକ୍ଷରେ କଲେଜ୍‌ ଟ୍ରଷ୍ଟି ପିଏଚ୍‌ ହିରାନୀ କହିଛନ୍ତି, ଆମେ ଦାତବ୍ୟ ଅନୁଷ୍ଠାନ ଚଲାଉ ଏବଂ ଖୁବ୍‌ କମ୍‌ ଫି’ ନେଇଥାଉ । କଲେଜ୍‌ ପରିସରରେ ମନ୍ଦିର ଥିବାରୁ ଧାର୍ମିକ ନିୟମ ପାଳନ କରିବାକୁ କୁହାଯାଇଛି। କିନ୍ତୁ ଛାତ୍ରୀଙ୍କ ସହ ଯାହା ହେଲା ତାହା ଠିକ୍‌ ନୁହେଁ ।  ଘଟଣା ପ୍ରଘଟ ହେବାପରେ କଚ୍ଛ ବିଶ୍ବବିଦ୍ୟାଳୟ ପ୍ରଶାସନ ୫ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି।ଏହି ମାମଲାରେ ଜାତୀୟ ମହିଳା କମିସନ ହସ୍ତକ୍ଷେପ କରିବା ସହ ତୁରନ୍ତ ଏହାର ପୁଲିସ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking