33.1 C
Bhubaneswar
Monday, May 6, 2024
Homeଅପରାଧସନ୍ଦେହରେ ନବ ବିବାହିତାଙ୍କ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲା ପରିବାର

ସନ୍ଦେହରେ ନବ ବିବାହିତାଙ୍କ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲା ପରିବାର

ଧୂଷୁରୀ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଇପୁର ପଞ୍ଚାୟତ ନାରାୟଣପୁର ଗ୍ରାମରେ ଜଣେ ନବ ବିବାହିତାଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ନବ ବିବାହିତାଙ୍କୁ ଯୌତୁକ ପାଇଁ ତାଙ୍କ ଶଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି ବାପଘର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଆନନ୍ଦବଜାର ଓମ୍‍ ନଗରର ପ୍ରତୀକ୍ଷା ଷଡ଼ଙ୍ଗୀ ନାମକ ଯୁବତୀ ତିନି ମାସ ପୂର୍ବେ ଦଇପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ଦେବଜିତ୍‍ ପଣ୍ଡାଙ୍କୁ ବିବାହ କରିଥିଲେ । ବିବାହ ପରବର୍ତ୍ତୀ ୧ ମାସ ଶ୍ୱଶୁର ଘରେ ପ୍ରତୀକ୍ଷା ଭଲରେ ବିତାଇବା ପରେ ସ୍ୱାମୀ, ଶଶୁର ଏବଂ ଶାଶୂ ମୋଟା ଅଙ୍କରେ ଯୌତୁକ ପାଇଁ ତାଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଥିଲେ । ଅଭିଯୋଗ ଅନୁଯାୟୀ, ପାଞ୍ଚ ଦିନ ପୂର୍ବେ ସ୍ୱାମୀ ଦେବଜିତ୍‍ ସ୍ତ୍ରୀ ପ୍ରତୀକ୍ଷାଙ୍କୁ ଛାତ ଉପରୁ ଠେଲି ମାରିବାକୁ ଉଦ୍ୟମ କରିଥିଲେ । ପ୍ରତୀକ୍ଷା ଅଳ୍ପକେ ବଞ୍ଚିଯାଇଥିଲେ ସୁଦ୍ଧା ତାଙ୍କର ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା । ଆଜି ସକାଳେ ତାଙ୍କୁ ଶଶୁର ଘର ଲୋକେ ମାରିଦେବାକୁ ଯୋଜନା କରୁଥିବା ପ୍ରତୀକ୍ଷା ତାଙ୍କ ମାଙ୍କୁ ଫୋନ୍ ଯୋଗେ କହିବା ପରେ ପ୍ରତୀକ୍ଷାଙ୍କ ସାନବାପା ଏବଂ ଭାଇ ସେଠାକୁ ଯାଇଥିଲେ । କିନ୍ତୁ ଉଭୟ ପହଞ୍ଚିଲା ବେଳକୁ ପ୍ରତୀକ୍ଷାଙ୍କର ମୃତ୍ୟୁ ହୋଇସାରିଥିଲା । ତାଙ୍କ ଝିଅକୁ ଆଉ ପାଞ୍ଚ ଲକ୍ଷ ଟଙ୍କାର ଯୌତୁକ ପାଇଁ ସ୍ୱାମୀ ଦେବଜିତ୍‍ , ଶଶୁର ସୁରେନ୍ଦ୍ର ଏବଂ ଶାଶୂ କଉଡିଲତା ମୁହଁରେ ଟକିଆ ଦେଇ ମାରିଦେଇଥିବା ମୃତା ଯୁବତୀଙ୍କ ମା ସ୍ୱର୍ଣ୍ଣଲତା ଷଡଙ୍ଗୀ ଅଭିଯୋଗ କରିଛନ୍ତି । ମୃତା ନବବଧୁଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଧାମନଗର ଥାନାରେ ଏକ ମାମଲା ରୁଜୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking