29.1 C
Bhubaneswar
Wednesday, April 24, 2024
Homeଓଡିଶାଚାଲି ଚାଲି ଆନ୍ଧ୍ରପ୍ରଦେଶରୁ ଯାଜପୁର

ଚାଲି ଚାଲି ଆନ୍ଧ୍ରପ୍ରଦେଶରୁ ଯାଜପୁର

ଯାଜପୁର : ଚାଲି ଚାଲି ଆନ୍ଧ୍ରପ୍ରଦେଶରୁ ଯାଜପୁର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କରୋନା ଲକଡାଉନ କଟକଣା ଏହାକୁ ସତ କରି ଦେଇଛି । କରୋନା ପ୍ରଭାବରେ ସାରାଦେଶ ଲକ୍ ଡାଉନ ଥିବା ବେଳେ ରମାକାନ୍ତ ଜେନା(୩୮)ଙ୍କୁ ପରିବାରର ମୋହ ଓ ଆଉ କାର୍ଯ୍ୟସ୍ଥଳୀ ଚାଲି ଚାଲି ଘରକୁ ଆସିବାକୁ ବାଧ୍ୟ କରିଥିଲା ।
ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ମଣ୍ଡା ପେଟାରେ ଏକ ହୋଟେଲରେ କାମ କରୁଥିବା ରମାକାନ୍ତ ଗତ ୧୧ ତାରିଖରୁ ବାହାରି ୫ ନମ୍ବର ଜାତୀୟ ରାଜପଥରେ ଯାଜପୁରକୁ ଚାଲି ଚାଲି ଆସିଛନ୍ତି । ମାତ୍ର ବାଟରେ ଏକ ଟ୍ରକ ମାଧ୍ୟମରେ ଦୁଇଶହ କିଲୋମିଟର ରାସ୍ତା ଆସିବା ପରେ ପୁଣି ଚାଲି ଚାଲି ଆସିଥିଲେ ରମାକାନ୍ତ । ରମାକାନ୍ତଙ୍କ ଘର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପାଟପୁର ଗାଁରେ । କାମ କରୁଥିବା ହୋଟେଲ ବନ୍ଦ ହୋଇଯିବା ଫଳରେ ହୋଟେଲ ମାଲିକ ଦରମା ବନ୍ଦ କରି ଦେଇଥିଲେ । ଗୋଟେ ପଟେ ପରିବାରରେ ସ୍ତ୍ରୀ ଆଉ ତିନି ଛୋଟ ପିଲାଙ୍କ ମୁହଁ ଆଖି ଆଗରେ ନାଚି ଯାଉଥିବା ବେଳେ ସେପଟେ ପେଟର ଭୋକ ବାଧ୍ୟ କରିଥିଲା ରମାକାନ୍ତଙ୍କୁ ପାଦରେ ଚାଲି ଚାଲି ଆସିବାକୁ । ରମାକାନ୍ତ ଯାଜପୁର ସହର ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଯାଜପୁର ଟାଉନ ଥାନା ଅଧିକାରୀ ରମାକାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପରାମର୍ଶ କରାଇବା ସହ ଦଶରଥପୁର ବ୍ଲକ ଅଧିକାରୀଙ୍କ ସହ ଯୋଗାଯୋଗ କରାଇଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking