40.1 C
Bhubaneswar
Thursday, April 25, 2024
Homeଓଡିଶାଲକଡାଉନ ସମୟରେ ସୁଯୋଗର ସଦୁପଯୋଗ କରି ମାଛଚାଷରୁ ରୋଜଗାର ବଢାଇଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଲକଡାଉନ ସମୟରେ ସୁଯୋଗର ସଦୁପଯୋଗ କରି ମାଛଚାଷରୁ ରୋଜଗାର ବଢାଇଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଦେବଗଡ : ଲକଡାଉନ ସମୟରେ ଜୀବନ ଓ ଜୀବିକା ଉଭୟ ଗୁରୁତ୍ୱପୂର୍ଣ୍ଣ । ଏହା ହୃଦୟଙ୍ଗମ କରି ରାଜ୍ୟ ସରକାର ବର୍ତମାନ ଲକଡାଉନ ସମୟରେ କେତେକ କ୍ଷେତ୍ରରେ ନିୟମଗୁଡିକୁ କୋହଳ କରିଛନ୍ତି । ଦେବଗଡ ଜିଲ୍ଲାର ତିଲେଇବଣି ବ୍ଲକ ଅନ୍ତର୍ଗତ ବଡଛାପଲ ଗ୍ରାମପଂଚାୟତ ତିରିବ୍ ଗ୍ରାମର ମାଆ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବାରକୋଟ ବ୍ଲକ କାଉଁସିବାହାଲ ଗ୍ରାମପଂଚାୟତ ସିମିଳିନାଳି ଗ୍ରାମର ମାଆ ବୀଣାପାଣି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ସୁଯୋଗର ସଦୁପଯୋଗ କରି ନିଜ ନିଜ ଗାଁ ବନ୍ଧରେ କରିଥିବା ମାଛଚାଷରୁ ମାଛ ଅମଳ କରି ତାକୁ ବିକ୍ରୟ କରିଛନ୍ତି । ମାଛ ଧରିବା ଏବଂ ବିକ୍ରୟ କରିବା ସମୟରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମାଜିକ ଦୂରତା ଏବଂ ମୁହଁ ଘୋଡେଇବା ନିୟମର ସଂପୂର୍ଣ୍ଣ ଭାବରେ ପାଳନ କରି ରବିବାର ଦିନ ବନ୍ଧ ହୁଡାରେ ହିଁ ସମସ୍ତ ମାଛ ବିକ୍ରୟ କରିଥିଲେ । ମାଆ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ ୧୬୦ କି.ଗ୍ରା. ଏବଂ ମାଆ ବୀଣାପାଣି ସ୍ୱୟଂ ସହାୟକ ଗୋଷ୍ଠୀ ୭୦କି.ଗ୍ରା. ମାଛ ବିକ୍ରୟ କରିଛନ୍ତି । ସେହିଭଳି ଗତ ଶୁକ୍ରବାର ଦିନ ତିଲେଇବଣି ଗୁଣ୍ଡୁ ୁରିପୋଷି ମାଆ ମହାମାୟୀ ସ୍ୱୟଂ ସହାୟକ ଗୋଷ୍ଠୀ ନିଜ ଗାଁ ବନ୍ଧରୁ ୧୦୦ କି.ଗ୍ରା. ମାଛଧରି ବିକ୍ରୟ କରିଥିଲେ । ଲକଡାଉନ ସମୟରେ ସରକାରଙ୍କ ପକ୍ଷରୁ ମାଛ ଚାଷ ଉପରୁ କଟକଣା ହଟାଇ ଦିଆଯାଇଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀମାନେ ବେଶ ସକ୍ରିୟ ହୋଇ ଖୁସିରେ ଏହି କାର୍ଯ୍ୟ କରିବା ଜିଲ୍ଲା ମତ୍ସ୍ୟ ଅଧିକାରୀ ଜଣାଇଛନ୍ତି । କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବାପାଇଁ ସବୁ କ୍ଷେତ୍ରରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking