32.1 C
Bhubaneswar
Friday, April 26, 2024
Homeଅପରାଧଗାଁ’ ଦାଣ୍ଡରେ ଯୁବକଙ୍କୁ ନୃଶଂସ ହତ୍ୟା

ଗାଁ’ ଦାଣ୍ଡରେ ଯୁବକଙ୍କୁ ନୃଶଂସ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ବଚନ ସ୍ୱାଇଁ। ବଚନଙ୍କ ନାଁରେ ବହୁ ଅପରାଧିକ ମାମଲା ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଜି ସକାଳେ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଅନ୍ୟ ଜଣେ ଯୁବକଙ୍କ ସହ ବଚନ ସ୍ୱାଇଁଙ୍କର ବଚସା ହୋଇଥିଲା। ଏହାପରେ ବଚନଙ୍କୁ ଛୁରାମାଡ଼ ହୋଇଥିଲା। ବଚନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି। ଏଣେ ବଚନଙ୍କୁ ଆକ୍ରମଣ କରିଥିବା ଲୋକ ଫେରାର ହୋଇ ଯାଇଥିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking