29.1 C
Bhubaneswar
Sunday, April 28, 2024
Homeଅପରାଧଅସଦାଚରଣକୁ ବିରୋଧ କରିବାରୁ ମହିଳାଙ୍କ ସାଥିରେ ଯାହା ଘଟିଲା, ଜାଣିଲେ ହୋସ୍ ଉଡ଼ିବ....

ଅସଦାଚରଣକୁ ବିରୋଧ କରିବାରୁ ମହିଳାଙ୍କ ସାଥିରେ ଯାହା ଘଟିଲା, ଜାଣିଲେ ହୋସ୍ ଉଡ଼ିବ….

ନୂଆଦିଲ୍ଲୀ: ଡାବଡୀ ଅଂଚଳରେ ରବିବାର ରାତିରେ ଅସଦାଚରଣର ବିରୋଧ କରିବାରୁ ନିଶାରେ ଥିବା ଜଣେ ଯୁବକ ମହିଳାଙ୍କ ଗଳାକାଟି ହତ୍ୟା କରିଛି । ଏହି ଘଟଣାକୁ ସଫଳ କରିବା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା । ହେଲେ ଉପସ୍ଥିତ ଲୋକେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ ଓ ଧୂମ ପିଟିଥିଲେ । ଘଟଣାର ସୂଚନା ମିଳିବା ପରେ ପୋଲିସ ପହଂଚିଥିଲା । ମାତ୍ର ଉତ୍ୟକ୍ତ ଲୋକେ ପୋଲିସ ଗାଡି ଉପରକୁ ଢେଲା ପଥର ମାଡ କରିଥିଲେ । ତେବେ ପୋଲିସ କୌଣସି ପ୍ରକାରେ ଆହତ ମହିଳା ଓ ଅଭିଯୁକ୍ତକୁ ହସ୍ପିଟାଲ ନେଇଥିଲା । ହେଲେ ସେଠାରେ ଡାକ୍ତର ଆହତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଲୋକଙ୍କ ମାଡରେ ଅଭିଯୁକ୍ତ ବି ଚେତାଶୂନ୍ୟ ହୋଇପଡିଥିଲା । ବର୍ତମାନ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି ।

ପୋଲିସ ଅଧିକାରୀଙ୍କ କହିବା କଥା ଯେ, ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଅଭିଯୁକ୍ତକୁ ଗିରଫ କରାଯିବ । ତେବେ ଏ ସଂପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମୃତ ମହିଳାଙ୍କ ନାମ ଶିନାଖ୍ତ ବିଭା ବୋଲି ଜଣାପଡିଛି । ସେ ନିଜ ସ୍ୱାମୀଙ୍କ ସହିତ ସଂପୃକ୍ତ ଅଂଚଳରେ ପରିବା ବେପାର କରନ୍ତି । ତାଙ୍କର ଦୁଇ ଜଣ ପିଲା ବି ଅଛନ୍ତି । ରବିବାର ରାତି ପ୍ରାୟ ୧୦ଟାରେ ବିଭା ନିଜ ଦୋକାନରେ ହିଁ ଥିଲେ । ଏହାମଧ୍ୟରେ ପଡୋଶୀରେ ରହୁଥିବା ଦୀପକ ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ସେହି ବାଟ ଦେଇ ଯାଉଥିଲା । ଦୀପକ ପ୍ଲମ୍ବର କାମ କରେ । ହେଲେ ସେହି ବାଟ ଦେଇ ଯିବା ସମୟରେ ଦୀପକ ମହିଳାଙ୍କୁ କିଛି ଅପଶବ୍ଦ କହିଥିଲେ । ଆଉ ମହିଳା ଜଣକ ଏହାର ବିରୋଧ କରିଥିଲେ । ଏହାସହ ପଥର ଓ ଝାଡୁ ଦେଖାଇ ତାକୁ ସେଠାରୁ ଯିବାକୁ କହିଥିଲେ ।

ଏହାପରେ ଦୀପକ ନିଜ ଟୁଲ ବକ୍ସରୁ ଏକ ମାରଣାସ୍ତ୍ର ବାହାର କରି ମହିଳାଙ୍କ ତଂଟି କାଟିଦେଇଥିଲା ଓ ତୁରନ୍ତ ସେ ନିଜ ଘରକୁ ଯିବାକୁ ଲାଗିଲା । ହେଲେ ସେଠାରେ ଉପସ୍ଥିତ ଥିବା ଲୋକେ ଆରୋପୀକୁ ପିଛା କରିଥିଲେ ଓ ତାକୁ ଧରିବାରେ ସକ୍ଷମ ହୋଇଥିଲେ । ଏହାମଧ୍ୟରେ ପୋଲିସକୁ ଏ ଘଟଣା ସଂପର୍କରେ ସୂଚନା ମିଳିଥିଲା ଓ ମହିଳାଙ୍କୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ପହଂଚାଇଥିଲେ । ଅନ୍ୟପଟେ ଆକ୍ରୋଶ ଥିବା ଲୋକେ ଅଭିଯୁକ୍ତ ଦୀପକକୁ ଖୁବ ପିଟିଥିଲେ ।

ଏହାସହ ଘଟଣାସ୍ଥଳରେ ପହଂଚିଥିବା ପୁଲିସ ଗାଡି ଉପରକୁ ପଥର, ଢେଲାମାଡ ବି କରିଥିଲେ । ତେବେ ଏସବୁ ପରେ ପୁଲିସ ଲୋକଙ୍କୁ ଶାନ୍ତ କରିଥିଲା ଓ ଅଭିଯୁକ୍ତକୁ ହସ୍ପିଟାଲରେ ଭର୍ତି କରାଇଥିଲା । ହେଲେ ସେଠାରେ ସେ ବୟାନ ଦେବା ସ୍ଥିତିରେ ନଥିଲା । ତେବେ ସେ ଏଠାରେ ଜଣେ ସଂପର୍କୀୟଙ୍କ ସହ ରହୁଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking