26.1 C
Bhubaneswar
Wednesday, May 8, 2024
Homeଓଡିଶାଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ଦୁଇଦିନ ପଡ଼ିରହିଲା ମୃତଦେହ

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ଦୁଇଦିନ ପଡ଼ିରହିଲା ମୃତଦେହ

ବାଣପୁର : ବାହାଘରର ୩ ବର୍ଷ ପରେ ଲକ୍ଷେ ଟଙ୍କା ଯୌତୁକ ପାଇଁ  ବଧୂ ହତ୍ୟା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ କରୋନା ସଂକ୍ରମଣ ଭୟରେ ଜାତିଭାଇଙ୍କ ଅସହଯୋଗ ଯୋଗୁଁ ଅନ୍ତିମ ସଂସ୍କାର ହୋଇନପାରି ଦୀର୍ଘ ଦୁଇଦିନ ଧରି ମୃତ ଶରୀର ପଡ଼ିରହିଥିଲା । ପୁଲିସ ସହଯୋଗରେ ଦୁଇ ଦିନ ପରେ ଶନିବାର ପରିବାର ପକ୍ଷରୁ ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି । ପୁଲିସ ସ୍ୱାମୀ, ଦେଡ଼଼ଶୁର ଓ ଶାଶୂଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି । ବାଣପୁର ଥାନା ଗମ୍ଭାରୀମୁଣ୍ଡା ନିକଟସ୍ଥ ଭଗବତୀପୁର ଗ୍ରାମର କିଶୋର ପରିଡ଼ାଙ୍କ ଝିଅ ଝରଣାଙ୍କର ସରଳସିଂ ଗ୍ରାମର ଯୁଧିଷ୍ଠର ନାୟକଙ୍କ ସାନ ପୁଅ ରାଜୀବଙ୍କ ସହ ବାହାଘର ହୋଇଥିଲା । ବାହାଘର ସମୟରେ ବରଘର ଦାବି ମୁତାବକ ନଗଦ ଏକ ଲକ୍ଷ ଟଙ୍କା ସମେତ ଅନ୍ୟାନ୍ୟ ଆସବାବପତ୍ର ଓ ସୁନାଗହଣା ଦିଆଯାଇଥିଲା ।

ତେବେ କିଛି ଦିନ ଭଲରେ ବିତିବା ପରେ ଶାଶୂଘର ଲୋକଙ୍କ ପକ୍ଷରୁ ୧ଲକ୍ଷ ଟଙ୍କା ଅଧିକ ଯୌତୁକ ଆଣିବା ପାଇଁ ବାଧ୍ୟ କରାଯାଉଥିଲା । ଟଙ୍କା ନମିଳିବାରୁ ନିର୍ଯାତନା ଦିଆଯାଉଥିଲା । ଝରଣା ଏ କଥା ବାପାଙ୍କୁ ଜଣାଇଥିଲେ । ତେବେ ଗତ ଗୁରୁବାର ଝରଣା ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇ ପଡ଼ିଥିବା ଖବର ପାଇ ତାଙ୍କ ବାପା କିଶୋର ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ପହଞ୍ଚି ଅବସ୍ଥା ଜଟିଳ ଥିବା ଦେଖିବାକୁ ପାଇଥିଲେ । ତେବେ ଡାକ୍ତର ଝରଣାଙ୍କୁ ଭୁବନେଶ୍ୱର ପଠାଇ ଦେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଝରଣାଙ୍କର ମୃତ୍ୟୁ ହୋଇଯାଇଥିଲା ।

କିଶୋର ଭୁବନେଶ୍ୱରରରୁ ଝିଅର ମୃତଦେହ ଗ୍ରାମକୁ ଆଣିବା ସହ ବାଣପୁର ଥାନାରେ ଅଭିଯୋଗ କରିଥିଲେ । ତେବେ କରୋନା ସଂକ୍ରମଣ ଆଳରେ ତାଙ୍କ ସାହିଭାଇ କେହି ଶବ ଦାହ କରିବାକୁ ଆସିନଥିଲେ । ଫଳରେ ଦୁଇଦିନ ଶବ ପଡ଼ିରହିଥିଲା । ଶେଷରେ ବାଣପୁର ଥାନା ଏବଂ ନାଚୁଣୀ ଫାଣ୍ଡି ପୁଲିସ ଅଧିକାରୀଙ୍କ ଉଦ୍ୟମକ୍ରମେ ଶନିବାର ସରଳସିଂ ଗ୍ରାମରେ ଝରଣାଙ୍କ ମୃତଦେହ ଦାହ କରାଯାଇଛି । ଅପରପକ୍ଷରେ  ପୁଲିସ ଏକ ମକଦ୍ଦମା ରୁଜୁ କରି ସ୍ୱାମୀ ରାଜୀବ ସମେତ ଦେଡ଼ଶୁର ଓ ଶାଶୂଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking