30.1 C
Bhubaneswar
Monday, May 20, 2024
Homeଓଡିଶାବାଲେଶ୍ୱରରେ ଫସିଥିଲେ, ଫେରିଲେ ୪ ଆଦିବାସୀ ଝିଅ

ବାଲେଶ୍ୱରରେ ଫସିଥିଲେ, ଫେରିଲେ ୪ ଆଦିବାସୀ ଝିଅ

ଫୁଲବାଣୀ : ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ । ଲକଡାଉନ ଯୋଗୁ ସେମାନେ ଫେରୁଥିଲେ । ବାତ୍ୟ ଯୋଗୁ ଗାଡି ବନ୍ଦ ଯୋଗୁ ୪ ଆଦିବାସୀ ଝିଅ ବାଲେଶ୍ୱରରେ ଫସି ରହିଥିଲେ । ଏବିଭିପି କନ୍ଧମାଳ ପ୍ରମୁଖ ଶିବାଶିଷ ପଣ୍ଡା, ବାଲେଶ୍ୱର  ଏବିଭିପି ପ୍ରମୁଖ ପ୍ରତ୍ୟୁଷ କୁମାର ବେହେରା ଓ ଲକ୍ଷ୍ମୀ ନାରାୟଣ ନାୟକ ଜାଣି ପ୍ରଶାସନ ସହିତ ଆଲୋଚନା ପରେ ଏକ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କୁ ଅଣାଯାଇଛି । ଫୁଲବାଣୀ ବ୍ଲକ ବିଶିପଡାର ଲଳିତା କହଁର, ଫୁଲବାଣି ପୌରାଂଚଳର ସସ୍ମିତା କହଁର,ଫିରିଙ୍ଗିଆ ବ୍ଲକ ଟେଲାପାଲିର ସାବିତ୍ରୀ ମଲିକ ଓ ଜି. ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆର ଜୁଶିଲା ପ୍ରଧାନ ଓ ଅନ୍ୟମାନେ ପଶ୍ଚିମବଙ୍ଗର ଦୀଘା ଅଂଚଳରେ ଥିବା ଏକ ଚିଙ୍ଗୁଡି କାରଖାନାରେ କାମ କରିବା ପାଇଁ ଯାଇଥିଲେ । କରୋନାରୁ ସେମାନେ ଫେରୁଥିବାବେଳେ ବାତ୍ୟା ୟାସ ଯୋଗୁ ବାଲେଶ୍ୱରରେ ଫସି ରହିଥିଲେ । ୪ ଯୁବତୀ ଭୋଗରାଇର ସରସ୍ୱତୀପୁର  ରଘୁନାଥ ନୋଡାଲ ଏକାଡେମୀରେ ଆଶ୍ରୟ ନେଇଥିଲେ । ସେମାନେ ନିଜର କିଛି ପରିଚିତ ବ୍ୟକ୍ତିଙ୍କୁ ଏହି ସୂଚନା ଦେବା ପରେ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି.ଙ୍କୁ ଏ ନେଇ ଅବଗତ କରାଯାଇଥିଲା। ଜିଲ୍ଲାପାଳ ମଧ୍ୟ ବାତ୍ୟା ପରିସ୍ଥିତ ସୁଧୁରିବା ପରେ ସେମାନଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking