38.1 C
Bhubaneswar
Friday, April 26, 2024
Homeଅପରାଧପ୍ରଥମେ ୩ ଝିଅଙ୍କୁ କୂଅରେ ଫିଙ୍ଗି ମାରିଲା, ପରେ ନିଜେ ଜୀବନ ହାରିଲା..

ପ୍ରଥମେ ୩ ଝିଅଙ୍କୁ କୂଅରେ ଫିଙ୍ଗି ମାରିଲା, ପରେ ନିଜେ ଜୀବନ ହାରିଲା..

ଗୁଜରାଟ : ଦେଶରେ ଆପରାଧିକ କାର୍ଯ୍ୟକଳାପ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି | ଗୁଜରାଟ ଜୁନାଗଡ ଜିଲ୍ଲାରେ ଘଟିଛି ଏକ ଅମାନୁଷିକ ଘଟଣା । ପ୍ରଥମେ ନିଜର ତିନି ଝିଅଙ୍କୁ କୂଅରେ ଫିଙ୍ଗି ହତ୍ୟା କରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବାପା । ତେବେ ସଂପୃକ୍ତ ବ୍ୟକ୍ତିଙ୍କର ଚତୁର୍ଥ ଝିଅ ଜନ୍ମ ହେବାରୁ ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ କରିଥିବାର ଜଣା ପଡିଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଭେସାଣ ଅଞ୍ଚଳର ଖମ୍ବାଲିୟା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ତାଙ୍କର ତିନି ଝିଅଙ୍କୁ କୂଅରେ ଫୋପାଡି ହତ୍ୟା କରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତିନି ଛୁଆଙ୍କୁ ସଂପୃକ୍ତ ବ୍ୟକ୍ତି ଜଣଙ୍କ ବୁଲାଇବା ପାଇଁ ନେବା ବାହାନାରେ କୂଅରେ ଫିଙ୍ଗିଦେଇଥିଲେ ବୋଲି ଜଣା ପଡିଛି | ମୃତ ତିନି ଝିଅ ହେଉଛନ୍ତି ୯ ବର୍ଷର ରିୟା, ୭ବର୍ଷର ଅଞ୍ଜଳି ଏବଂ ୨ବର୍ଷର ଜଲ୍ପା ବୋଲି ସୂଚନା ମିଳିଛି । ତେବେ କୂଅରେ ଫିଙ୍ଗିବା ପୂର୍ବରୁ ବ୍ୟକ୍ତି ଜଣଙ୍କ ଛୁଆଙ୍କୁ ମିଠା ଏବଂ ଫଳ ମଧ୍ୟ ଖାଇବାକୁ ଦେଇଥିଲେ । ଛୁଆଙ୍କୁ କୂଅରେ ଫିଙ୍ଗିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ମାତ୍ର ବିଷ କାମ ନକରିବାରୁ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥ୍ବାର ଜଣା ପଡିଛି । ସ୍ଥାନୀୟ ପଡୋଶୀମାନଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀ କିଛି ମାସ ପୂର୍ବରୁ ସେ ଆଉ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଓ ସେ ତାଙ୍କ ବାପଘରେ ଅଛନ୍ତି । ଏଥିରୁ ଜଣାପଡୁଛି ଯେ, ପୁଅ ନହେବାରୁ ଏବଂ ସେ ଗରିବ ହୋଇଥିବାରୁ ଏତେ ଝିଅଙ୍କୁ କିଭଳି ଲାଳନପାଳନ କରିବେ ସେ ନେଇ ଚିନ୍ତାଗ୍ରସ୍ତ ଥିଲେ ଏବଂ ଏଥିପାଇଁ ଏଭଳି ଏକ ପଦକ୍ଷେପ ନେଇଥିବା କଥା ସାଧାରଣରେ ଚର୍ଚ୍ଚା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking