28.1 C
Bhubaneswar
Saturday, April 27, 2024
Homeଅପରାଧସ୍ତ୍ରୀକୁ ଜୀବନ୍ତ ପୋତି ହତ୍ୟା କଲା ରାକ୍ଷସ ସ୍ୱାମୀ,ଆଉ....

ସ୍ତ୍ରୀକୁ ଜୀବନ୍ତ ପୋତି ହତ୍ୟା କଲା ରାକ୍ଷସ ସ୍ୱାମୀ,ଆଉ….

ଗୋଆ : ଏଭଳି ଏକ ଅଭାବନୀୟ ଘଟଣା ଗୋଆରେ ଘଟି ଯାଇଛି | ନିଜର ରୋଗୀଣା ସ୍ତ୍ରୀକୁ ବିଭସ୍ଥ ଭାବେ ହତ୍ୟା କଲା ରାକ୍ଷସ ସ୍ୱାମୀ । ତୁକାରାମ ଶେଟଗାଓଁକର ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ଜୀବନ୍ତ ଅବସ୍ଥାରେ କେନାଲ ତିଆରି ହେଉଥିବା ସ୍ଥାନରେ ପୋତି ଦେଇଥିଲା । ଏହାପରେ ୪୪ ବର୍ଷୟୀ ତନଭୀଙ୍କର ମୃତ୍ୟୁ ହୋଇଥିଲା । ପରେ ସେଠାରେ କାମ କରୁଥିବା ଶ୍ରମିକମାନେ ତନଭୀଙ୍କର ମୃତ ଶରୀରକୁ ଠାବ କରିଥିଲେ । ପୁଲିସ ତୁକାରାମକୁ ନେଇ ପଚରା ଉଚରା କରିଥିଲା । ସେ ସମସ୍ତ ଦୋଷକୁ ସ୍ୱୀକାର କରିଛି । ବିଛୋଲମ୍‌ ତହସିଲର ନାରଭେମ୍‌ ଗାଁରେ ଏହି ଘଟଣା ଘଟିଛି । ତୁକାରାମ ତନଭୀଙ୍କୁ ସେଠାରେ ଜୀବନ୍ତ ପୋତିବାପରେ ଶ୍ରମିକମାନଙ୍କୁ କାମ କରିବାରେ ବାଧା ଦେଇଥିଲା । ମାତ୍ର ଶ୍ରମିକମାନେ ତା କଥା ଶୁଣି ନଥିଲେ । ରୋଗୀଣା ସ୍ତ୍ରୀର ଚିକିତ୍ସା କରିବା ପାଇଁ ଟଙ୍କା ନଥିବାରୁ ଏପରି କରିଥିବା କଥା ତୁକାରାମ କହିଛି । ଭାରତୀୟ ପିଙ୍ଗଳଧାରା ୩୦୨ ଅନୁସାରେ ତୁକାରାମକୁ ଗିରଫ କରାଯାଇ ମାମଲା ରୁଜୁ ହେବା ପରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking