38.1 C
Bhubaneswar
Friday, April 26, 2024
Homeବଲିଉଡଆଜି ଶର୍ଲିନ ଖୋଲିବେ ରାଜଙ୍କ ମୁଖା

ଆଜି ଶର୍ଲିନ ଖୋଲିବେ ରାଜଙ୍କ ମୁଖା

ମୁମ୍ବାଇ: ରାଜ କୁନ୍ଦ୍ରାଙ୍କ ବିରୋଧରେ ସତ ଓଗାଳିବେ ଅଭିନେତ୍ରୀ ଶର୍ଲିନ ଚୋପ୍ରା । ପର୍ନୋଗ୍ରାଫିକ୍‌ ଫିଲ୍ମ କରିବା ଅଭିଯୋଗରେ ଗତ ୧୯ ତାରିଖରୁ ରାଜ କୁନ୍ଦ୍ରା ଜେଲ୍‌ରେ ଥିବାବେଳେ ତାଙ୍କ ଅଡ଼ୁଆ ବଢ଼ାଇ ଦେଉଛି ସୋଶାଲ ମିଡିଆରେ ଶର୍ଲିନଙ୍କ ଗୋଟିଏ ପରେ ଗୋଟିଏ ପୋଷ୍ଟ । ଶର୍ଲିନ ରାଜ୍‌ଙ୍କ ଉପରେ ବହୁ ସଙ୍ଗୀନ ଆରୋପ ଲଗାଇଥିଲେ ଯାହାର ପଚରାଉଚରା ନିମନ୍ତେ ଆଜି ତାଙ୍କୁ ଡାକିଛି ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ।

ଶର୍ଲିନ ଆଣିଥିବା ଅଭିଯୋଗ ଅନୁଯାୟୀ, ରାଜ ହିଁ ତାଙ୍କୁ ଆଡଲ୍ଟ ଫିଲ୍ମ ଦୁନିଆକୁ ଠେଲିଥିଲେ । ମନରେ ବିଶ୍ୱାସ ଜଣାଇବା ଲାଗି ରାଜ ପ୍ରଥମେ ତାଙ୍କୁ ଏକ ଭଲ ଫିଲ୍ମର ଅଫର କରିଥିଲେ । ମାତ୍ର ଏହାପରେ ଆଡଲ୍ଟ କଣ୍ଟେଣ୍ଟ ପାଇଁ କାମ କରିବାକୁ ବାଧ୍ୟ କରିଥିଲେ । ଏହାପରେ ରାଜ ନିଜ ଆପ୍‌ ହଟସଟ୍ସ ପାଇଁ ମଧ୍ୟ କାମ କରିବାକୁ ଶର୍ଲିନଙ୍କ ଉପରେ ଚାପ ପକାଇଥିଲେ । କିନ୍ତୁ ଏଥିନିମନ୍ତେ ଶର୍ଲିନ ସଫା ସଫା ମନା କରି ଦେଇଥିବା କହିଥିଲେ ।

ଏହାବାଦ ଶର୍ଲିନଙ୍କ ଆଣିଥିବା ଆଉ ଏକ ଅଭିଯୋଗ ଅନୁଯାୟୀ, ୨୦୧୯ ମସିହାରେ ଥରେ ଅଚାନକ ରାଜ୍‌ ତାଙ୍କ ଘରକୁ ଆସିଥିଲେ । ଏହାପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ରାଜ ତାଙ୍କୁ ଜବରଦସ୍ତି କିସ୍‌ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଶର୍ଲିନ ଏହାକୁ ବିରୋଧ କରିବା ସହ ବିବାହିତ ପୁରୁଷଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନ ଥିବା କହିଥିଲେ । ମାତ୍ର ଏହାର ଉତ୍ତରରେ ଶିଳ୍ପାଙ୍କ ସହ କଠିନ ସମୟ ଦେଇ ଗତି କରୁଥିବା କହିଥିଲେ ରାଜ୍‌ । ଏହି ମାମଲାରେ ଶର୍ଲିନ ନିଜ ଆଡ଼ୁ ପୁଲିସ୍‌କୁ ସବୁ ତଥ୍ୟ ଦେଇଥିବାବେଳେ ନିଜ ବୟାନ ମଧ୍ୟ ରେକର୍ଡ କରାଇ ସାରିଛନ୍ତି । ଏହାପରେ ବି ଅଧିକ ପଚରାଉଚରା ପାଇଁ ଆଜି ତାଙ୍କୁ ଡକାଯାଇଥିବା ଜଣାଯାଇଛି । ପର୍ନୋଗ୍ରାଫିକ୍‌ ମାମଲାରେ ଜେଲ୍‌ରେ ରାଜ କୁନ୍ଦ୍ରା ଜାମିନ ଆବେଦନ କରି ବହୁଥର ନିରାଶ ହୋଇ ସାରିଥିବାବେଳେ ଆସନ୍ତା ୧୦ ତାରିଖରେ ଏଥିପାଇଁ ଶୁଣାଣି ହେବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking