29.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଧନୁଷଙ୍କ ପାଇଁ ଅଡୁଆ କଲା ଲଗ୍‌ଜୁରୀ କାର୍‌

ଧନୁଷଙ୍କ ପାଇଁ ଅଡୁଆ କଲା ଲଗ୍‌ଜୁରୀ କାର୍‌

ଚେନ୍ନାଇ: ଦାମୀ କାର୍‌ ଚକ୍କରରେ ଟଲିଉଡ୍‌ ସୁପରଷ୍ଟାର । ବିଜୟଙ୍କ ପରେ ଏବେ ଆଇନ ଜାଲରେ ଫସିଲେ ଆଉ ଜଣେ ସୁପରଷ୍ଟାର । ଅଲ୍‌ଟ୍ରା ଲଗ୍‌ଜୁରୀ କାର୍‌ କିଣିବା ଚକ୍କରରେ ଫସିଛନ୍ତି ସାଉଥ ସୁପରଷ୍ଟାର ଧନୁଷ ।

ଲଗ୍‌ଜୁରୀ କାର୍‌ ରୋଲ୍ସ-ରୋଏସ୍ କାର୍‌ କିଣିବାକୁ ନେଇ ଚେନ୍ନାଇ ହାଇକୋର୍ଟ ଧନୁଷଙ୍କୁ ଭର୍ତ୍ସନା କରିଛନ୍ତି । ଏଥିସହ ୨୦୧୫ରେ ଆବେଦନ ହୋଇଥିବା ମାମଲାକୁ କୋର୍ଟ ଖରାଜ କରିଦେଇଛନ୍ତି । ପ୍ରକୃତରେ ଧନୁଷ ତାଙ୍କ ଆବେଦନରେ ବ୍ରିଟେନରୁ ରୋଲ୍ସ-ରୋଏସ୍ କାର ଆମଦାନୀ ପାଇଁ ଏଣ୍ଟ୍ରି ଟ୍ୟାକ୍ସରେ ରିହାତି ମାଗିଥିଲେ । ତେବେ ୨୦୧୮ରେ ସୁପ୍ରିମକୋର୍ଟ ଏହାର ସମାଧାନ କରିବା ପରେ ମଧ୍ୟ ଅଭିନେତା ଏପର୍ଯ୍ୟନ୍ତ ଟିକସ ଦେଇ ନାହାଁନ୍ତି ବୋଲି କୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking