28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗବିଜେଡି ବିରୋଧ ପଛରେ ସିବିଆଇ ରେଡ୍ : ସାଂସଦ ସୁରେଶ ପୂଜାରୀ

ବିଜେଡି ବିରୋଧ ପଛରେ ସିବିଆଇ ରେଡ୍ : ସାଂସଦ ସୁରେଶ ପୂଜାରୀ

ଭୁବନେଶ୍ୱର : ରାଜ୍ୟସଭାରେ କୃଷି ବିଲ୍ ପାରିତ ପରେ ସାଂସଦ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ।ସେ କହିଛନ୍ତି, ବିଜେଡି ବିଲ୍ କୁ ବିରୋଧ କରିବାକୁ ନେଇ ମୁ ଁ ଚକିତ ହୋଇଛି । ଏନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ସୁରେଶ ପୂଜାରୀ । ‘କହିଁ ପେ ନିଗାହେଁ, କହିଁ ପେ ନିଶାନା’ କହି ସମାଲୋଚନା କରିଛନ୍ତି । ସିବିଆଇ ଗୁଡ଼ାଏ ଏମଏଲଏଙ୍କ ଘରେ ରେଡ୍ କଲାଣି, ଆଗକୁ ବି କରିପାରେ । ସେ କହିଛନ୍ତି, ବିଜେଡି ଭାବୁଥିଲା ଆମକୁ ଚିଟଫଣ୍ଡରୁ ରକ୍ଷା କର , ଆମେ ତୁମକୁ ସମର୍ଥନ ଦେବୁ । ବିଜେପି ବେପାର କରେନି । ଆଇନ ତା’ ବାଟରେ । ସିବିଆଇ ମଧ୍ୟ ତା’ ବାଟରେ । ତୁମେ ସମର୍ଥନ କର ବା ନକର, ସେଥିରେ ଆମର କିଛି କରିବାର ନାହିଁ ।କେନ୍ଦ୍ର ଭଲ କାମ କଲେ ବିଜେଡି ସମର୍ଥନ କରିବ କହୁଥିଲା ଏବଂ କରୁଥିଲା ।
ସେ କହିଛନ୍ତି , ମଣ୍ଡିରେ ଚାଲିଥିବା ଦଲାଲି ବ୍ୟବସ୍ଥାର ଉଚ୍ଛେଦ ହେଲା ।ଇ- ମାର୍କେଟିଂ ଜରିଆରେ ଚାଷୀ ସବୁଠି ଫସଲ ବିକି ପାରିବେ । ଏବେ ଚାଷୀ ଯେଉଁଠି ଚାହିଁବ ଇଚ୍ଛାନୁସାରେ ଫସଲ ବିକ୍ରି କରିପାରିବେ । ଏବେ ଏହି କୃଷି ବିଲ୍‌ରେ ବେଶୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବେଶୀ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking