28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ହେଲେ ଓଡ଼ିଆ ପୁଅ : ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ହେଲେ ଓଡ଼ିଆ ପୁଅ : ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରମୁଖ ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ଓଡ଼ିଆ ପୁଅ ସୀମାଞ୍ଚଳ ଦାଶଙ୍କୁ ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି କରାଯାଇଥିବା ନେଇ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ପକ୍ଷରୁ ରବିବାର ଘୋଷଣା କରାଯାଇଛି।
୩ ବର୍ଷ ପାଇଁ ତାଙ୍କୁ ଏହି ଦାୟିତ୍ୱ ମିଳିଛି । କେନ୍ଦ୍ର ଅର୍ଥମନ୍ତ୍ରାଳୟର ପରାମର୍ଶ କ୍ରମେ ଆଇଏମ୍‌ଏଫର ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ଶ୍ରୀ ଦାଶଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।

ଆଇଏମଏଫ ମୁଖ୍ୟାଳୟ ୱାଶିଂଟନ ଡିସିରେ ରହିଛି ।ସୀମାଞ୍ଚଳ ୧୯୮୮ ବ୍ୟାଚ୍‌ର ଭାରତୀୟ ରାଜସ୍ୱ ସେବା ଅଧିକାରୀ (ଆଇଆରଏସ୍‌) । ସେ ଅନେକ ଦିନ ଧରି ଅର୍ଥମନ୍ତ୍ରାଳୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି ।ଶ୍ରୀ ଦାଶ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।ତାଙ୍କ ନିଯୁକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking