32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବରିଷ୍ଠ ମହିମା ସନ୍ନ୍ୟାସୀଙ୍କ ୯୫ବର୍ଷରେ ଦେହାନ୍ତ

ବରିଷ୍ଠ ମହିମା ସନ୍ନ୍ୟାସୀଙ୍କ ୯୫ବର୍ଷରେ ଦେହାନ୍ତ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ର ପଡୁଆ ଥାନା ଅନ୍ତର୍ଗତ କୋଡୁବ ମହିମା ଆଶ୍ରମରେ ଶନିବାର ଅପରାହ୍ନରେ କୌପିନି ଧାରୀ ମହିମା ସମାଜର ବରିଷ୍ଠ ମହିମା ସନ୍ନ୍ୟାସୀ ଶ୍ରୀଚରଣ ବାବା ୯୫ବର୍ଷ ବୟସରେ ପରଲୋକ ହୋଇ ଯାଇଥିବା ନେଇ ବରିଷ୍ଠ ସନ୍ନ୍ୟାସୀ ବୀଣାକର ବାବା ସୂଚନା ଦେଇଛନ୍ତି। ସେ କୌପିନ ଧାରୀ ମହିମା ସମାଜ ପକ୍ଷରୁ ଅଭିବକ୍ତ କୋରାପୁଟ ଜିଲ୍ଲାରେ ମହିମାଧର୍ମର ପ୍ରଚାର ପ୍ରସାର ଜାରି ରଖିଥିଲେ। ତାଙ୍କ ଉଦ୍ୟମରେ ୨୫ଗୋଟି ମଠ ଏବଂ ମନ୍ଦିର ନିର୍ମାଣ କରାଯାଇଛି। ପ୍ରତ୍ୟେକ ବର୍ଷ ବ୍ରହ୍ମଧ୍ୱନୀ କରାଯାଇଥାଏ। ବିଶ୍ୱବିଖ୍ୟାତ ଜୋରନ୍ଦାମହିମା ଗାଦିଠାରେ କୋରାପୁଟ ମାଲକାନଗିରି ଅଞ୍ଚଳର ଭକ୍ତମାନଙ୍କ ପାଇଁ ଆଠ ଗୋଟି ଧର୍ମ ଶାଳା ନିର୍ମାଣ କରିଛନ୍ତି।ତାଙ୍କ ବିୟୋଗରେ ମହିମା ଗାଦିର ସାଧୁସନ୍ଥ ଓ ଭକ୍ତଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଦେହାନ୍ତ ଖବର ଶୁଣିବା ପରେ କୁଡ଼ବ୍ ମହିମା ଆଶ୍ରମରେ ଓଡିଶା ଆନ୍ଧ୍ର ପ୍ରଦେଶ ଛତିଶଗଡ଼ ଶ୍ରଦ୍ଧାଳୁ ଙ୍କ ଲାଗିଛି।ସେ ବରିଷ୍ଠ ମହିମା ବ୍ରହ୍ମଲୀନ ଗଣେଶ୍ୱର ବାବା ଙ୍କ ଠାରେ ଯୁବାଅବସ୍ଥାରେ ଶିଷ୍ୟତ୍ୱ ଗ୍ରହଣ କରି ଜଣେ ନୀତିନିଷ୍ଟ ସନ୍ନ୍ୟାସୀ ଭାବରେ ଜୀବନଯାପନ କରୁଥିଲେ। ଆଜି ତାଙ୍କର ଶେଷ କୃତ୍ୟ ମହିମା ଧର୍ମର ରୀତିନୀତି ଅନୁଯାୟୀ ସଂପନ୍ନ କରାଯିବ ବୋଲି ବାବା ବୀଣାକର ଦାସ ସୂଚନା ଦେଇଛନ୍ତି।

,

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking