40.1 C
Bhubaneswar
Tuesday, April 30, 2024
Homeଓଡିଶାପୁଣିଥରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା; ୩ କି.ମି ଭାରରେ ବୁହାହେଲେ ଗର୍ଭବତୀ

ପୁଣିଥରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା; ୩ କି.ମି ଭାରରେ ବୁହାହେଲେ ଗର୍ଭବତୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ପଞ୍ଚାୟତ କୋଟେନପାନୀ ଗ୍ରାମରେ ଦେଖିବା କୁ ମିଲିଛି ପୁଣିଥରେ ଜନନୀ ଯନ୍ତ୍ରଣା ।ରାସ୍ତାଅଭାବ ରେ ଗାଁ କୁ 108 ଆମ୍ଭୁଲାନ୍ସ ଜାଇ ନ ପାରିବାରୁ ପରିବାର ଲୋକେ ୩ କି,ମି ହାତୀବାଡି ମୁଖ୍ୟ ରାସ୍ତା ପ୍ରର୍ଯ୍ଯନ୍ତ ଝରିଗାଁ ଡାକ୍ତର ଖାନା କୁ ପ୍ରଶବ ପାଇଁ ନେବା କୁ ଭାରରେ ବୋହିବା ଘଟଣା ସରକାର ଙ୍କ ସମସ୍ତ ପଯୋଯନା କୁ ଉପହାସ କରୁଛି ।ଏଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ଵତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଜାଇଛି।
ପ୍ରାପ୍ତ ସୂଚନା ନୁସାରେ କୋଟେନଚୂଆଁ ଗ୍ରାମର ଲକ୍ଷିଧର ସାନ୍ତା ଙ୍କ ସ୍ତ୍ରୀ ବିଜୟା ସାନ୍ତା (୨୨)ଙ୍କୁ ଆଜି ସକାଳ ୫ଟା ସମୟ ପ୍ରସଵ ବେଦନା ଆରମ୍ଭ ହେଵାରୁ ଗ୍ରାମର ଆଶା କର୍ମୀ ଦୂର୍ମୀଲା ମାଝୀ ଙ୍କୁ ପରିବାର ଲୋକେ ଖଵର ଦେବାରୁ ପ୍ରଶବ ପାଇଁ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନେଵାପାଇଁ 108 କୁ ଫୋନ କରିବାରୁ ରାସ୍ତା ଅଭାବରେ 108ଆମ୍ଭୁଲାନ୍ସ ଗାଁ କୁ ଜାଇ ନପାରି ୩ କି ମି ଦୂର ହାତୀବାଡି ମୁଖ୍ୟ ରାସ୍ତା ପାଖରେ ଅଟକି ରହିବା ରୁ ଗର୍ଭବତୀ କୁ ପରିବାର ଲୋକେ ୩ କି ମି ଭାରରେ ବୋହି 108 ଆମ୍ଭୁଲାନ୍ସ ପାଖକୁ ଆଣି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେବାରୁ ସେଠାରେ ଡାକ୍ତର ଶନ୍ତୋସ ପ୍ରଧାନ ପ୍ରଶବ କରାଇବାରୁ ଗର୍ଭବତୀ ଜଣକ ଏକ କନ୍ଯା ସନ୍ତାନ କୁ ଜନ୍ମ ଦେଇଥିଲେ ।ଉଭୟେ ମାଁ ଏବଂ ଝିଅ ର ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ର ରୁ ଜଣା ପଡିଛି । କୋଟେନ।ପାନୀ ଗ୍ରାମ ଝରିଗାଁ ବ୍ଲକ ସଦର କୁ ୧୦ କି ମି ହୋଇଥିବା ବେଲେ ମୁଖ୍ୟ ରାସ୍ତା ଠାରୁ ୩ କି ମି ତଥାପି ଗ୍ରାମକୁ ରାସ୍ତା ନିର୍ମାଣ ଦିଗରେ ପ୍ରଶାସନ ର କୌଣସି ଦୃଷ୍ଟି ନ ପଡିବା ଫଲରେ ଏତାଦୃଶ୍ଯ ଜନନୀ ଯନ୍ତ୍ରଣା ଦେଖା ଦେବା ଏକ ପରିତାପର ବିଷୟ ବୋଲି ଏଠାରେ ଚର୍ଚ୍ଚା ଜୋର ଧରିଛି । ଏଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ଵତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଜାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking