36.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଏବେ ବି ରହିଛି କରୋନା ସଂକ୍ରମଣ

ଏବେ ବି ରହିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ : କରୋନା ବିରୋଧୀ ଲଢେଇରେ ଜନତା କର୍ଫ୍ୟୁ ଠାରୁ ଆରମ୍ଭ କରି ଆଜିଯାଏଁ ସମସ୍ତ ଭାରତବାସୀ ଏକ ଦୀର୍ଘ ସମୟ ପରେ ପୁଣି ଥରେ ଚଳଚଂଚଳ ହେଉଛନ୍ତି ଏବଂ ଧୀରେ ଧୀରେ ଆର୍ଥିକ ଗତିବିଧି ବୃଦ୍ଧି ପାଉଛି କିନ୍ତୁ ଆମେ ଏହା ଭାବିବା ଉଚିତ ନୁହେଁ ଯେ ପରିସ୍ଥିତି ସାମାନ୍ୟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଯେ ଲୋକମାନେ ନିଜର ଆବଶ୍ୟକତା ପୂରଣ କରିବ ପାଇଁ ବାହାରକୁ ଯାଉଛନ୍ତି ଏବଂ ବିଶେଷ କରି ଉତ୍ସବ ସମୟରେ ଲୋକମାନଙ୍କୁ ଅଧିକ ସମୟ ବାହାରେ ରହିବାକୁ ପଡୁଛି କିନ୍ତୁ ଆମେ ଭୁଲିଯିବା ଉଚିତ ନୁହେଁ ଯେ ଲକ ଡାଉନ ଅପସରି ଯାଇଛି କିନ୍ତୁ ସଂକ୍ରମଣ ଯାଇନାହିଁ। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ସେବା ପରମୋ ଧର୍ମ’ ମନ୍ତ୍ର ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଓ କହିଛନ୍ତି, ଆମର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀମାନେ ନିଃସ୍ୱାର୍ଥପର ଭାବରେ ସେବା କରୁଛନ୍ତି। ଏସବୁ ଚେଷ୍ଟା ମଧ୍ୟରେ କେହି ବେପରୁଆ ହେବାର ସମୟ ନୁହେଁ। ଏକଥା ଅନୁମାନ କରିବାର ସମୟ ନୁହେଁ ଯେ କରୋନା ଚାଲିଯାଇଛି କିମ୍ବା ବର୍ତ୍ତମାନ କରୋନା ଠାରୁ କୌଣସି ବିପଦ ନାହିଁ। ସେ କହିଛନ୍ତି ଯେ ଏବେ ଅନେକ ଚିତ୍ର ଓ ଭିଡିଓରେ ଅନେକ ଲୋକ ସତର୍କତା ଅବଲମ୍ବନ କରୁନଥିବା ଜଣାପଡିଛି କିନ୍ତୁ ତାହା ଠିକ ନୁହେଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking