28.8 C
Bhubaneswar
Friday, June 19, 2026
Homeଦେଶ ବିଦେଶମନ୍ତ୍ରୀ କେଦାର କଶ୍ୟପଙ୍କ ଭଣଜା ଦୁର୍ଘଟଣାରେ ମୃତ

ମନ୍ତ୍ରୀ କେଦାର କଶ୍ୟପଙ୍କ ଭଣଜା ଦୁର୍ଘଟଣାରେ ମୃତ

ଛତିଶଗଡ଼: ଛତିଶଗଡ଼ର ବନମନ୍ତ୍ରୀ କେଦାର କଶ୍ୟପଙ୍କ ଭଣଜା ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ବୁଧବାର ସକାଳେ ନୟା ରାୟପୁରରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ନିଖିଲ କଶ୍ୟପ (୨୨ ବର୍ଷ)ଙ୍କ ଦ୍ରୁତ ଗତିରେ ଯାଉଥିବା ବାଇକ୍ ଏକ ଡିଭାଇଡରରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ନିଖିଲ ପ୍ରାୟ ୪୦ ଫୁଟ ଦୂରରେ ପଡ଼ିଯାଇଥିଲେ। ଯାହା ଫଳରେ ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। 

ଘଟଣାଟି ନୟା ରାୟପୁରର ମନ୍ଦିର ହାସୌଦ ଥାନା ଅଞ୍ଚଳର। ପୋଲିସର ସୂଚନା ଅନୁଯାୟୀ, ଘଟଣାଟି ସକାଳ ପ୍ରାୟ ସାଢ଼େ ୭ଟାରେ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବନମନ୍ତ୍ରୀ କେଦାର କଶ୍ୟପ ଏବଂ ରାୟପୁର ଏସଏସପି ଡକ୍ଟର ଲାଲ ଉମେଦ ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ମଧ୍ୟ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତ ନିଖିଲ କଶ୍ୟପ ପୂର୍ବତନ ବସ୍ତର ସାଂସଦ ଦିନେଶ କଶ୍ୟପଙ୍କ ପୁଅ ଥିଲେ। ନିଖିଲଙ୍କ ମାଆ ଦେବବତୀ କଶ୍ୟପ ବର୍ତ୍ତମାନ ବସ୍ତର ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷା। ନିଖିଲଙ୍କ ବନ୍ଧୁ ମଧ୍ୟ ତାଙ୍କ ସହିତ ବାଇକ୍ ଚଲାଉଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଛି।

ପୋଲିସର ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ନିଖିଲ ଏବଂ ତାଙ୍କର ଚାରି ବନ୍ଧୁ ତିନୋଟି ବାଇକରେ ଯାଉଥିଲେ। ନିଖିଲଙ୍କ ଜଣେ ବନ୍ଧୁ ତାଙ୍କ ବାଇକ୍ ରେ ବସିଥିଲେ। ସମସ୍ତେ ସତ୍ୟ ସାଇ ହସ୍ପିଟାଲ ଅଭିମୁଖେ ଯାଉଥିଲେ। ଏହି ସମୟରେ ହଠାତ୍ ଦ୍ରୁତ ଗତିରେ ଆସୁଥିବା ବାଇକ୍ ଟି ନିୟନ୍ତ୍ରଣ ବାହାରକୁ ଯାଇ ଡିଭାଇଡରରେ ଧକ୍କା ଦେଇଥିଲା। ବାଇକ୍ ରେ ପଛରେ ବସିଥିବା ନିଖିଲଙ୍କ ବନ୍ଧୁ ମଧ୍ୟ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ହସ୍ପିଟାଲରେ ଚାଲିଛି।

ସୂଚନା ଅନୁଯାୟୀ, ବାଇକ୍‌ର ଧକ୍କା ଏତେ ଜୋରରେ ଥିଲା ଯେ ନିଖିଲ ପ୍ରାୟ ୪୦ ଫୁଟ ଦୂରରେ ପଡ଼ିଗଲେ। ଏହି କାରଣରୁ ତାଙ୍କ ମୁଣ୍ଡ ଏବଂ ଶରୀରରେ ଗୁରୁତର ଆଘାତ ଲାଗିଥିଲା। ପୋଲିସର କହିବା ଅନୁଯାୟୀ, ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ନିଖିଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଜୋରଦାର ଧକ୍କା ଯୋଗୁଁ ସ୍ପୋର୍ଟସ୍ ବାଇକ୍‌ଟି ମଧ୍ୟ ଖଣ୍ଡ ଖଣ୍ଡ ହୋଇଗଲା। ଘଟଣା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ଫୋନ୍ କରି ଏ ବିଷୟରେ ସୂଚନା ଦେଇଥିଲେ।

ଘଟଣା ଜଣାପଡିବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା କିନ୍ତୁ ସେତେବେଳକୁ ନିଖିଲ ମୃତ୍ୟୁବରଣ କରିସାରିଥିଲା। ୧୧୨ ନିଖିଲଙ୍କ ବନ୍ଧୁଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲା। ନିଖିଲଙ୍କ ବନ୍ଧୁଙ୍କ ଶରୀର ଏବଂ ମୁଣ୍ଡରେ ମଧ୍ୟ ଗମ୍ଭୀର ଆଘାତ ଲାଗିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଉଭୟ ଯୁବକ ହେଲମେଟ୍ ପିନ୍ଧି ନଥିଲେ। ଯଦି ଏହି ଲୋକମାନେ ହେଲମେଟ୍ ପିନ୍ଧିଥାନ୍ତେ, ତେବେ ହୁଏତ ନିଖିଲଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking