24.1 C
Bhubaneswar
Thursday, May 9, 2024
Homeଅପରାଧସମ୍ପତ୍ତି ଲୋଭରେ ଶାଶୁ ଶ୍ୱଶୁରଙ୍କୁ ହତ୍ୟା କଲା ବୋହୂ

ସମ୍ପତ୍ତି ଲୋଭରେ ଶାଶୁ ଶ୍ୱଶୁରଙ୍କୁ ହତ୍ୟା କଲା ବୋହୂ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଡବଲ ମର୍ଡର । ସମ୍ପତ୍ତି ଯୋଗୁଁ ବୃଦ୍ଧ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା । ସମ୍ପତ୍ତି ହାତେଇବା ଆଶାରେ ଶାଶୁ ଶ୍ୱଶୁରଙ୍କ ଜୀବନ ନେଲା ବୋହୂ । ଘଟଣାର ଗୋଟିଏ ଦିନ ପରେ ଅଭିଯୁକ୍ତ ବୋହୂକୁ ଗିରଫ କରିଛି ପୋଲିସ । ନିଜ ବନ୍ଧୁଙ୍କ ସହ ମିଶି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିଲେ ମହିଳା ଜଣଙ୍କ । ଗିରଫ ଅଭିଯୁକ୍ତ ହେଉଛନ୍ତି ମୋନିକା । ତେବେ ଏହି ହତ୍ୟା ଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ସନେଇ ତଦନ୍ତ କରୁଛି ପୋଲିସ । ଗତକାଲି ସକାଳ ସମୟରେ ଭାଗୀରଥୀ ବିହାରରେ ଡବଲ ମର୍ଡର ହୋଇଥିବା ନେଇ ପୋଲିସ ପାଖକୁ ଖବର ଆସିଥିଲା ।

ଏନେଇ ଖବର ପାଇଁ ଗୋକୁଲପୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୭୫ ବର୍ଷିୟ ରାଧେଶ୍ୟାମ ବରମା ଓ ତାଙ୍କ ୬୮ ବର୍ଷିୟ ସ୍ତ୍ରୀ ବିଣାଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ମୃତ ରାଧେଶ୍ୟାମ ବରମା ଦିଲ୍ଲୀ ସରକାରୀ ବିଦ୍ୟାଳୟ କରୋଲ ବାଗ ମଡେଲ ବସ୍ତିରେ ଭାଇସ ପ୍ରିନ୍ସ ପାଲ ଥିବା ବେଳେ ଅବସର ନେଇଥିଲେ । ସେ ଗତ ୩୮ ବର୍ଷ ହେବ ଭାଗୀରଥୀ ବିହାରରେ ରହି ଆସୁଥିଲେ ।

ପୋଲିସର ତଦନ୍ତ ସମୟରେ ଜଣାପଡିଛି ଯେ ୪.୫ ଲକ୍ଷ ଟଙ୍କା ଏବଂ କିଛି ଅଳଙ୍କାର ବୃଦ୍ଧ ଦମ୍ପତିଙ୍କ ଘରୁ ଚୋରି ହୋଇଛି । ତେବେ ମୃତ ବ୍ୟକ୍ତି ଜଣଙ୍କ ଘର ପଛ ପଟେ କିଛି ଜାଗା ବିକ୍ରି କରିଥିଲେ । ଜଣେ ବ୍ୟକ୍ତି ୫ଲକ୍ଷ ଟଙ୍କା ଦେଇଥିଲା ଜାଗା କ୍ରୟ କରିଥିଲେ । ଫଳରେ ଟଙ୍କା ଲୁଟ ଉଦ୍ଦେଶ୍ୟରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା । ଏହାପରେ ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଏବଂ ଏଫଏସଏଲ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ସିସିଟିଭି ଯାଞ୍ଚ କରିବା ପରେ ମୃତ ଦମ୍ପତିଙ୍କ ପରିବାର ଲୋକଙ୍କୁ ପୋଲିସ ପଚରାଉଚରା କରିଥିଲା । ଯେତେବେଳେ ବୋହୂ ମୋନିକାକୁ ପୋଲିସ ପ୍ରଶ୍ନ କରିଥିଲା ସେତେବେଳେ ସତ ସ୍ୱୀକାର କରିଥିଲା । ଏହାପରେ ମୋନିକାଙ୍କୁ ପୋଲିସ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking