29.1 C
Bhubaneswar
Saturday, April 27, 2024
Homeଅପରାଧବାପାକୁ ପିଟି ପିଟି ମାରି ଦେଲେ ମା ଝିଅ

ବାପାକୁ ପିଟି ପିଟି ମାରି ଦେଲେ ମା ଝିଅ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସମଲ ଥାନା ସିଲିଂ ଗାଁରେ ବାପାକୁ ପିଟି ପିଟି ମାରି ଦେଲେ ମା ଝିଅ । ଏପରି ଏକ ଅଭାବନୀୟ ଘଟଣା ଘଟିବା ପରେ ପୋଲିସ ମା’ଝିଅଙ୍କୁ ଅଟକ ରଖି ପଚରାଉଚୁରା କରି ତଦନ୍ତ ଆରମ୍ଭ କରିଛି । ମା’ ଝିଅ ଦୁଇ ଜଣ ଏକ କାଠ ଫାଳିଆରେ ପିଟି ପିଟି ବାପାକୁ ହତ୍ୟା କରିଦେଇଥିବା ଅଭିଯୋଗ ଆସିଛି ।
ସୂଚନା ଅନୁଯାୟୀ , ଆଜି ଭୋର ରୁ ସିଲିଂ ଗାଁର ସୁନନ୍ଦ ପ୍ରଧାନଙ୍କର ତାଙ୍କ ସ୍ତ୍ରୀ ଓ ଝିଅ ସହ ପାରିବାରିକ ସମସ୍ୟାକୁ ନେଇ ଝଗଡ଼ା ହୋଇଥିଲା । ଏହି ଝଗଡ଼ାରେ ଉତ୍ତ୍ୟକ୍ତ ହୋଇଯିବାରୁ ମା’ ଝିଅ ମିଶି ବାପାକୁ ଆକ୍ରମଣ କରିଥିଲେ । ଏକ କାଠ ଫାଳିଆରେ ଆକ୍ରମଣ କରିବା ପରେ ଘର ଭିତରେ ହିଁ ସୁନନ୍ଦ ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଅଭିଯୁକ୍ତ ମା’ଝିଅଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି । ଘରର ବିଭିନ୍ନ ସ୍ଥାନରେରକ୍ତ ଛିଟା ଲାଗିଥିବା ବେଳେ ଉକ୍ତ କାଠ ଫାଳିଆକୁ ଜବତ କରାଯାଇଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking