28.1 C
Bhubaneswar
Saturday, April 27, 2024
Homeଓଡିଶାଡାକ୍ତର ନିଯୁକ୍ତି ପାଇଁ ବିଧାୟକଙ୍କୁ ଧନ୍ୟବାଦ ଦେଲେ ଅଞ୍ଚଳବାସୀ

ଡାକ୍ତର ନିଯୁକ୍ତି ପାଇଁ ବିଧାୟକଙ୍କୁ ଧନ୍ୟବାଦ ଦେଲେ ଅଞ୍ଚଳବାସୀ

ମୟୂରଭଞ୍ଜ : ମୋରଡା ଡାକ୍ତରଖାନାରେ ଦୀର୍ଘଦିନ ହେବ ଡାକ୍ତରନଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବା ସହିତ ସ୍ୱାସ୍ଥ୍ୟ ସମସ୍ୟାରେ ଘାଣ୍ଟି ହେଉଥିଲେ ଅଞ୍ଚଳବାସୀ। ଏହେଉଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ମୋରଡ଼ା ସରକାରୀ ଡାକ୍ତରଖାନା। ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି ମୋରଡା ଅଞ୍ଚଳର ଜନସାଧାରଣଙ୍କ ସମେତ ପୋଡଶୀ ରାଜ୍ୟ ପଶ୍ଚିମବଙ୍ଗ ସୀମାନ୍ତଅଞ୍ଚଳର ଶତାଧିକ ଗରିବରୋଗୀ । ବିଭିନ୍ନ ସମୟରେ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀ ଡାକ୍ତରନଥିବାରୁ କେବଳ ପ୍ରାଥମିକ ଚିକିତ୍ସା ପାଇ ବିଶେଷଜ୍ଞ ଡାକ୍ତରଙ୍କ ସେବା ପାଇବାରୁ ବଞ୍ଚିତ ହୋଇ ଶେଷରେ ନିରାଶ ହୋଇ ଅର୍ଥାଭାବ ସତ୍ତ୍ୱେ ବାରିପଦା ବଡ ମେଡ଼ିକାଲକୁ ନାହିଁନଥିବା କଷ୍ଟରେ ଯିବାକୁ ବାଧ୍ୟ ହେଉଛନ୍ତି । ଅନେକ ସମୟେ ବାଟରେହିଁ ରୋଗର ପ୍ରାଣବାୟୁ ଉଡିଯାଉଥିବା ଭଳି ଅଭିଯୋଗ ହେଉଥିବା ଶୁଣିବାକୁ ମିଳେ । ଏମିତି କି ଦୀର୍ଘଦିନରୁ ସ୍ଥାୟୀ ଡାକ୍ତର ଅଭାବରୁ ମୋରଡା ଡାକ୍ତରଖାନାକୁ ଫାର୍ମାସିଷ୍ଟ ଚଳାଇ ଆସୁଥିବା ଦେଖିବାକୁ ମିଳୁଛି। ଜଣେ ସ୍ଥାୟୀଡାକ୍ତର ନିଯୁକ୍ତି ପାଇଁ ଅନେକ ସମୟରେ ସ୍ଥାନୀୟ ଜନସାଧାରଣ ଦାବି କରି ଆସୁଥିବା ବେଳେ ଏନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ବାରମ୍ବାର ଖବରପ୍ରସାରଣ ହୋଇଥିଲେ ମଧ୍ୟ କର୍ଣ୍ଣପାତ କରିନଥିଲେ ସ୍ୱାସ୍ଥ୍ୟ ବିଭାଗ କି ପ୍ରଶାସନ। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ନିରୀହଅସହାୟ ଲୋକମାନେ ଡାକ୍ତରଖାନା ଉପରୁ ଭରସା ହରାଇଥିଲେ। ଏମିତି କି ମୋରଡ଼ା ଡାକ୍ତରଖାନାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ବେଳେ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀ ଅକ୍ସିଜେନ ନ ପାଇ ମୃତ୍ୟୁମୁଖରେ ପଡ଼ୁଥିବା ଭଳି ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଥିବା ଆଲୋଚନା ହେଉଛି। ଏନେଇ ସ୍ଥାନୀୟ ଜନସାଧାରଣ ମୋରଡା ବିଧାୟକ ରାଜକିଶୋର ଦାସଙ୍କ ନିକଟରେ ସ୍ଥାୟୀଡାକ୍ତର ନିଯୁକ୍ତି ପାଇଁ ଦାବି କରିଆସୁଥିଲେ । ତେବେ ଡାକ୍ତର ଅଭାବ ମୋରଡା ସମସ୍ୟା ନୁହେଁ କି ଜିଲ୍ଲା ସମସ୍ୟା ନୁହେଁ ବରଂ ରାଜ୍ୟ ସହ ଦେଶର ସମସ୍ୟା କହିଲେ କିଛି ଭୁଲ ହେବ ନାହିଁ । କିନ୍ତୁ ସବୁ ପରିସ୍ଥିତିକୁ ଲକ୍ଷ୍ୟ କଲେ ମୋରଡାରେ ଜଣେ ସ୍ଥାୟୀଡାକ୍ତର ଆବଶ୍ୟକତା ନିଶ୍ଚିତ ରହିଥିବା ସାଧାରଣରେ ଦାବି ହୋଇ ଆସୁଥିଲା ବେଳେ ମୋରଡା ବିଧାୟକ ରାଜକିଶୋର ଦାସଙ୍କ ପ୍ରଚେଷ୍ଟାରେ ମୋରଡା ଡାକ୍ତରଖାନାକୁ ଜଣେ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହୋଇ ଆସିଛନ୍ତି। ତେବେ ପ୍ରାଥମିକ ପର‌୍ୟ୍ୟାୟରେ ଜଣେ ବରିଷ୍ଠ ଔଷଧ ବିଶେଷଜ୍ଞ ଡାକ୍ତରଙ୍କୁ ଆଣି ପହଞ୍ଚାଇଥିବାରୁ ସ୍ଥାନୀୟ ଜନସାଧାରଣ ସହିତ ବୁଦ୍ଧିଜୀବୀ ମହଲରେ ବେଶ ଆନନ୍ଦ ପ୍ରକାଶ ପାଇଛି । ମୋରଡ଼ା ସରକାରୀ ଡାକ୍ତରଖାନାରେ ନିଯୁକ୍ତ ନୂତନଡାକ୍ତର ହେଉଛନ୍ତି ଡାକ୍ତର ଏସ୍ ପି ଜେନା ।
ତେବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ଖୁବଶୀଘ୍ର ୨୪ ଘଣ୍ଟିଆ ସ୍ଥାୟୀଡାକ୍ତର ନିଯୁକ୍ତି ପାଇଁ ମୋରଡା ବିଧାୟକ ଶ୍ରୀ ଦାସ ସ୍ୱାସ୍ଥ୍ୟବିଭାଗ ସହ ଆଲୋଚନା କରୁଥିବା ସୂଚନା ଦେଇଛନ୍ତି। ତେବେ ଡାକ୍ତର ଶ୍ରୀ ଜେନାଙ୍କୁ ବିଧାୟକଙ୍କ ପତ୍ନୀ ବରିଷ୍ଠ ମହିଳା ନେତ୍ରୀ ପ୍ରିତିନନ୍ଦା କାନୁନଗୋ ,ମୋରଡା ବିଜେଡି ପଞ୍ଚାୟତ ସଭାପତି ତପନ ମହାନ୍ତି, ବିଜେଡି ଜିଲ୍ଲା ସମ୍ପାଦକ ଘାସିରାମ ବେହେରା, ରଣଜିତ ମହାପାତ୍ର, ନିରଞ୍ଜନ କଲିଆ,ଦୀପ୍ତିରଞ୍ଜନ ମହାନ୍ତି, ସୈ।ରଭ ରଞ୍ଜନ ମହାନ୍ତି,ସୁଜିତ ପାତ୍ର,ବୁଲୁ ମହାନ୍ତି, ମନୋଜ ଧଳ,ସତ୍ୟବାନ ବେହେରା, ଦିଲ୍ଲୀପ ଧଳ,ସୁଧୀର ରାଜ ସମେତ ସ୍ଥାନୀୟ ଜନସାଧାରଣ ଫୁଲତୋଡା ଦେଇ ସ୍ୱାଗତ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking