29.1 C
Bhubaneswar
Thursday, April 25, 2024
Homeଅପରାଧଭଉଣୀ ଆର୍ଥିକ ସହାୟତା ମାଗିବାରୁ ଭାଇ ପଠାଇଲା ବିଷ ; ଦୁଃଖୀ ହୋଇ ପରିବାରର ଅତ୍ମହତ୍ୟା

ଭଉଣୀ ଆର୍ଥିକ ସହାୟତା ମାଗିବାରୁ ଭାଇ ପଠାଇଲା ବିଷ ; ଦୁଃଖୀ ହୋଇ ପରିବାରର ଅତ୍ମହତ୍ୟା

ପଞ୍ଜାବ : ଭଉଣୀ ଆର୍ଥିକ ସହାୟତା ମାଗିବାରୁ ଭାଇ ପଠାଇଥିଲା ବିଷ । ଦୁଃଖୀ ହୋଇ ପରିବାର ଲୋକେ କଲେ ଆତ୍ମହତ୍ୟା । ଏଭଳି ଘଟଣା ଘଟିଛି ପଞ୍ଜାବର ଗୁରୁଦାସପୁରର କସବା ଅଞ୍ଚଳରେ । ଭଉଣୀ ଆର୍ଥିକ ସହାୟତା ମାଗିବାରୁ ଭାଇ ବିଷ ପଠାଇ ଆତ୍ମହତ୍ୟା ପାଇଁ କହିଥିଲା । ଏଥିରୁ ଦୁଃଖୀ ହୋଇ ପ୍ରଥମେ ଭଉଣୀ ସୋସିଆଲ ମିଡ଼ିଆରେ ଭିଡ଼ିଓ ବନାଇ ନ୍ୟାୟ ମାଗିଥିଲେ । ଏହାପରେ ନିଜ ୧୬ ବର୍ଷିୟ ଝିଅ ଓ ସ୍ୱାମୀଙ୍କ ସହିତ ବିଷ ମେଡ଼ିସିନ ଖାଇ ଆତ୍ମହତ୍ୟା କରିଥିଲେ ।
ଗରୁଦାସପୁରରେର ଜଣେ ପରିବାରର ୩ ଜଣ ବିଷ ଖାଇ ଆତ୍ମହତ୍ୟା କରିଥିବା ଘଟଣା ପୋଲିସକୁ ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ମୃତକଙ୍କ ପୁଅର ଆରୋପଯେ ତାଙ୍କ ମା’ ନିଜ ଭାଇଙ୍କୁ ପଇସା ମାଗିବାରୁ ମାମୁୁଁ , ଘରକୁ ବିଷ ପଠାଇଥିଲେ ଓ କହିଥିଲେ ନିଜେ ପରିବାରସହ ବିଷ ପିଇ ଆତ୍ମହତ୍ୟା କରିବାକୁ ନହେଲେ ସେ ଆସି ତାଙ୍କୁ ମାରିଦେବେ । ସୂଚନା ଅନୂସାରେ ମହିଳା ଜଣଙ୍କ ନାମ ଭାରତୀ ଶର୍ମା । ସେ ନିଜ ଭାଇ ପ୍ରଦୀପ ଶର୍ମାଙ୍କ ସହ ଟଙ୍କା ନେବା ଦେବା କରୁଥିଲେ । ଏହି ମାମଲାରେ ପୋଲିସ ୧୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ମହିଳାଙ୍କ ପୁଅ କୁନାଲ ଶର୍ମା ଏହି ଆତ୍ମହତ୍ୟା ଘଟଣା ପାଇଁ ନିଜ ମାମୁଁଙ୍କୁ ଦାୟୀ ବୋଲି ଆରୋପ ଲଗାଇଛି ଓ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୂରୋଧ କରିଛି ।
ପଞ୍ଜାବ ଏସପି ହରବିନ୍ଦର ସିଂଙ୍କ ସୂଚନା ଅନୂସାରେ ୩ ଜଣଙ୍କ ଆତ୍ମହତ୍ୟାର ଖବର ପାଇବା ପରେ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ ଜାରି ରଖିଛି । ଖୁବ ଶୀଘ୍ର ଏହି ଘଟଣାର ସତ୍ୟାସତ୍ୟକୁ ଉନ୍ମୋଚନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking