30.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୨୯ ଦେଶକୁ ମାଡ଼ିଗଲାଣି ମଙ୍କିପକ୍ସ

୨୯ ଦେଶକୁ ମାଡ଼ିଗଲାଣି ମଙ୍କିପକ୍ସ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଛି ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା । ୨୯ଦେଶକୁ ମାଡ଼ିଗଲାଣି ଏହି ନୂଆ ଭାଇରସ୍ । ବିଶ୍ୱରେ ଏବେ ସୁଦ୍ଧା ୨ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ସେପଟେ ମଙ୍କିପକ୍ସକୁ ନେଇ ଚିନ୍ତା ପ୍ରକଟକରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)। ଏହି ନୂଆ ଭାଇରସ୍ ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇପାରେ ବୋଲି ଡବ୍ଲ୍ୟୁଏଚ୍‌ଓ ଆଶଙ୍କା କରିଛି । ଯଦି ଭୂତାଣୁକୁ ନିୟନ୍ତ୍ରଣ ନକରାନଯାଏ, ତେବେ ଖୁବ୍‌ଶିଘ୍ର ଏହା ଗୋଷ୍ଠୀ ସଂକ୍ରମଣର ରୁପ ନେଇପାରେ ବୋଲି ଆଶଙ୍କା ପ୍ରକାଶପାଇଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସଂକ୍ରାମକ ରୋଗ ନିୟନ୍ତ୍ରଣ ମୁଖ୍ୟ ସିଲଭି ବ୍ରେଣ୍ଡ କହିଛନ୍ତି ଯେ ଏବେଠୁ ଭୂତାଣର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ଜରୁରୀ । ଆବଶ୍ୟକ ପଡ଼ିଲେ କଣ୍ଟାକ୍ଟ ଟ୍ରେସିଂ, ଗୃହ ସଂଗରୋଧ ଭଳି ପଦକ୍ଷେପ ମଧ୍ୟ ନିଆଯିବା ଆବଶ୍ୟକ ।

ଉଚିତ ପଦକ୍ଷେପ ଓ ଯଥେଷ୍ଟ ସର୍ତକତା ଅବଲମ୍ବନ କରି ଏହି ଭାଇରସ୍‌କୁ ରୋକିହେବ । ଡବ୍ଲ୍ୟୁଏଚ୍‌ଓ କହିଛି, ଯଦିଓ ଏହା ସାଧାରଣ ଇନଫେକ୍ସନ ଭଳି ତେବେ ୟୁରୋପରେ ଯେଉଁ ଭାବରେ ବ୍ୟାପୁଛି ତାହା ନିଶ୍ଚିତଭାବେ ଏକ ଚିନ୍ତାଜନକ ବିଷୟ । ଭାରତରେ ଏପର୍ଯ୍ୟନ୍ତ ମଙ୍କିପସ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ବି ଏହି ନୂଆ ଭାଇରସ ବିରୋଧୀ ଲଢ଼େଇ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମଙ୍କିପକ୍ସ ଭାଇରସ୍‌କୁ ଚିହ୍ନଟ କରିବା ପାଇଁ ଖୁବ୍‌ଶିଘ୍ର ଭାରତୀୟ ବଜାରକୁ ଆସିବ ଆର୍‌ଟିପିସିଆର ଟେଷ୍ଟକିଟ୍ । ସୂଚନା ଅନୁସାରେ ଟ୍ରିଭିଟ୍ରୋନ ହେଲଥକେୟାର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥା ଏହି କିଟ୍ ପ୍ରସ୍ତୁତ କରିଛି ।

ନମୁନା ପରୀକ୍ଷାଠୁ ରିପୋର୍ଟ ପାଇବା ପାଇଁ କେବଳ ଏକ ଘଣ୍ଟାଲାଗିବ । ମଙ୍କିପକ୍ସ ସଂକ୍ରମିତ ସଂଖ୍ୟା ବୃଦ୍ଧିହେଉଥିଲେ ହେଁ ଆଶ୍ୱସ୍ତିକର କଥା ହେଉଛି, ଏହି ଭାଇରସ ଦ୍ୱାରା କୌଣସି ମୃତ୍ୟୁସୂଚନା ମିଳିନାହିଁ । ମଙ୍କିପକ୍ସକୁ ନେଇ ଉତ୍ତରପ୍ରଦେଶରେ ଆର୍ଲଟ ଜାରି କରାଯାଇଛି। ଏହି ଭାଇରସ ସଂକ୍ରମିତ ଦେଶରୁ ଯେଉଁମାନେ ରାଜ୍ୟକୁ ଆସୁଛନ୍ତ, ସେମାନଙ୍କ ପାଇଁ ଏସ୍‌ଓପି ଜାରି କରାଯାଇଛି । ୧୯୫୮ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ବିଭିନ୍ନ ୟୁରୋପୀୟ ଦେଶ ଓ ଆମେରିକାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ କାନାଡ଼ା, ସ୍ପେନ, ଇସ୍ରାଏଲ, ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, ଆମେରିକା, ଅଷ୍ଟ୍ରେଲିଆ ପରି ଦେଶରେ ୨୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ଏହାକୁ ନେଇ ଏବେ ବିଶ୍ୱବ୍ୟାପୀ ସତର୍କତା ଜାରିହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking