29.1 C
Bhubaneswar
Friday, May 10, 2024
Homeଦେଶ ବିଦେଶପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ

ପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ଏଣିକି ପ୍ରତ୍ୟେକ ଗାଡିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ । ଉଭୟ ନୂଆ ଓ ପୁରୁଣା ଗାଡିରେ ଏହି ପ୍ଲେଟ ଲଗାଇବା ବାଧ୍ୟତାମୂଳକ । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୂଆ ପ୍ଲେଟ ଲଗାଇବା ପାଇଁ ଗାଡି ମାଲିକଙ୍କୁ ତିନି ମାସ ସମୟ ଦିଆଯିବ । ନିର୍ଦ୍ଧାରିତ ସମୟରେ ପ୍ଲେଟ ନ ଲଗାଇଲେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ୨୦୧୯ ଏପ୍ରିଲ ପହିଲାରୁ ରାଜ୍ୟରେ ସମସ୍ତ ନୂଆ ଗାଡ଼ିରେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ (ଏଚଏସଆରପି) ବାଧ୍ୟତାମୂଳକ ହୋଇଛି । ପରିବହନ ବିଭାଗ ପକ୍ଷରୁ ସବୁ ପୁରୁଣା ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ ପରିବର୍ତ୍ତନ ପାଇଁ ମଧ୍ୟ ଅବଧି ସ୍ଥିର ହୋଇଛି । ରାଜ୍ୟରେ ଟ୍ରାଫିକ ପରିଚାଳନାରେ ପାରିଦର୍ଶିତା ନିମନ୍ତେ ଏହି ନମ୍ବର ପ୍ଲେଟ୍ ପରିବର୍ତ୍ତନ ଜରୁରୀ ଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ଯେଉଁ ସବୁ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ ନମ୍ବରର ଶେଷରେ ୧ ଓ ୨ ନମ୍ବର ରହିଛି ସେମାନେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ନିଜର ନମ୍ବର ପ୍ଲେଟ୍ ପରିବର୍ତ୍ତନ କରିବେ । ସେହିପରି ଯେଉଁ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ ନମ୍ବରର ଶେଷରେ ୩ ଓ ୪ ରହିଛି ସେମାନେ ସେପ୍େଟମ୍ବର ୩୦, ଯେଉଁ ପୁରୁଣା ଗାଡ଼ିର ନମ୍ବର ୫ ଓ ୬ରେ ଶେଷ ହେଉଛି ସେମାନେ ଅକ୍ଟୋବର ୩୧, ଯେଉଁ ଗାଡ଼ିର ନମ୍ବରର ଶେଷ ନମ୍ବର ୭ ଓ ୮ ରହିଛି ସେମାନେ ନଭେମ୍ବର ୩୦ ତାରିଖ ସୁଦ୍ଧା ନିଜର ନୂଆ ନମ୍ବର ପ୍ଲେଟ୍ ଲଗାଇବେ । ସେହିପରି ଯେଉଁ ପୁରୁଣା ଗାଡ଼ିର ନମ୍ବର ଶେଷ ୯ ଓ ୦ରେ ହେଉଛି ସେମାନେ ଡିସେମ୍ବର ୩୧ତାରିଖ ସୁଦ୍ଧା ନିଜର ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟ ବୋଲି ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking