28.1 C
Bhubaneswar
Tuesday, May 21, 2024
Homeଓଡିଶାତିନିରଥର ୩୯ ଗୋଟି ଚକ ନିର୍ମାଣ ଶେଷ

ତିନିରଥର ୩୯ ଗୋଟି ଚକ ନିର୍ମାଣ ଶେଷ

ପୁରୀ : ରଥଖଳାରେ ଜୋର ସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ଖଳାରେ ମହାରଣା, ଭୋଇ ସେବକଙ୍କ ସହ ଅନ୍ୟ ସେବକମାନେ କାର୍ଯ୍ୟରେ ଲାଗିପଡିଛନ୍ତି । ଶନିବାର ସୁଦ୍ଧା ତିନିରଥର ମୋଟ ୪୨ ଗୋଟି ଚକରୁ ୩୯ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି । ରଥ ନିର୍ମାଣର ୨୫ ତମ ଦିବସରେ ତିନିରଥର ମୋଟ ମହାରଣା, ଭୋଇ, କରତି ସେବକ ଓ ପାହି ମହାରଣା ଏବଂ ଓଝା ବା କମାର ସେବକ ମିଶି ୧୯୮ ଜଣ କାର୍ଯ୍ୟରେ ଯୋଗ ଦେଇଥିଲେ । ତିନିରଥର ନିର୍ମାଣକାରୀ ସେବକମାନେ ରଥ ଖଳାରେ ଉପସ୍ଥିତ ପୂର୍ବକ ମହାପ୍ରଭୁଙ୍କ ଉଦ୍ଧେଶ୍ୟରେ ପ୍ରଣିପାତ ହୋଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ଶନିବାର ସୁଦ୍ଧା ତିନିରଥର ମୋଟ ୪୨ ଗୋଟି ଚକରୁ ୩୯ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଅଛି । ତେବେ ତିନିରଥର ଆଉ ଗୋଟିଏ ଗୋଟିଏ ଚକ ନିର୍ମାଣ ବାକି ଅଛି । ଉକ୍ତ ତିନିଗୋଟି ଚକ ପାଇଁ ୧୬ ଗୋଟି ଲେଖାଁଏ ଅର ପଟାରେ ଅର କାର୍ଯ୍ୟ ଶେଷ ହୋଇଅଛି । ଉକ୍ତ ତିନି ଗୋଟି ଚକ ନିର୍ମାଣ ପାଇଁ ୧୨ ଗୋଟି ପଇ କଟକ ସ-ମିଲରୁ ଆସିଲାପରେ ପଇ ବିନ୍ଧ ହୋଇ ଶେଷ ତିନି ଗୋଟି ଚକ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ ।

ତାଳଧ୍ୱଜ ଚାଳି ରେ ନିର୍ମାଣ କାର୍ଯ୍ୟ :
ତାଳଧ୍ୱଜ ରଥର ୧୩ ଗୋଟି ଚକ ନିର୍ମାଣ ଶେଷ ହୋଇଅଛି, ଶେଷ ଚକ ନିର୍ମାଣ ନିମନ୍ତେ ତୁମ୍ବରେ ଅର ସଂଯୋଗ ପାଇଁ ୧୬ ଗୋଟି ଅର ପଟାର ମୁହଁ ପାର୍ଶ୍ୱ ଅର କାର୍ଯ୍ୟ ଶେଷ ହୋଇଅଛି । ଏତତ୍ ବ୍ୟତୀତ ତାଳଧ୍ୱଜ ରଥର ‘ଚାରି ନାହାକା’ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି, ସେଥିରୁ ଦୁଇଗୋଟି ଚାରିନାହାକା ନିର୍ମାଣ ଶେଷ ହୋଇଯାଇଛି । ଏଥିସହ ୧୪ ନାହାକା ରୁ ୪ ଗୋଟି ନାହାକାର ନିର୍ମାଣ କାର୍ଯ୍ୟ ଜାରୀ ରହିଛି । ଏଥ ସହ ପୋଟଳ ଖମ୍ବୀ, ପୋଟଳ ପାରେଣି ନିର୍ମାଣ ନିମନ୍ତେ ୬ ଗୋଟି କାଠ ରଥ ଅମୀନ ଭୋଇ ସ୍ୱେକ ମାଧ୍ୟମରେ ଯୋଗାଇ ଦେଇଛନ୍ତି ।

ଦେବଦଳନ ଚାଳି ରେ ନିର୍ମାଣ କାର୍ଯ୍ୟ :
ଦେବଦଳନ ରଥର ୧୧ ଗୋଟି ଚକ ନିର୍ମାଣ ଶେଷ ହୋଇଅଛି, ଶେଷ ଚକ ନିର୍ମାଣ ନିମନ୍ତେ ୧୬ଗୋଟି ଅରପଟାରେ ଅର ମୁହା ସାଲ ହୋଇଅଛି । ଏତତ୍ ବ୍ୟତୀତ ଦୁଇଟି ‘ଚାରି ନାହାକା’ ର ଚଉପଟ ଶେଷ ହୋଇ ତାର ଆଠ କୋଣି ଅଂଶ ନିର୍ମାଣ ଶେଷ ହୋଇଅଛି, ଏଥିସହ ‘ଚଉଦ ନାହାକା’ ନିର୍ମାଣ ପାଇଁ ୪ଗୋଟି ନାହାକାର ଚଉପଟ କାର୍ଯ୍ୟ ଆରମ୍ଭ ହୋଉଅଛି ।

ନନ୍ଦିଘୋଷ ଚାଲି ରେ ନିର୍ମାଣ କାର୍ଯ୍ୟ :
ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକରୁ ୧୫ ଗୋଟି ଚକ ନିର୍ମାଣ ଶେଷ ହୋଇଅଛି । ଏଥିସହ ଦୁଇଗୋଟି ଚାରି ନାହାକା
ର ନିର୍ମାଣ କାର୍ଯ୍ୟ ଶେଷ ହୋଇ, ଚାରି ଗୋଟି ୧୪ ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି । ପୋଟଳ ଖମ୍ବୀ, ପୋଟଳ ପାରେଣି, ନିର୍ମାଣ କାର୍ଯ୍ୟ ଆଦି ଆରମ୍ଭ ହୋଇଯାଇଛି ।

ରୂପକାର ଚାଳି ରେ ନିର୍ମାଣ କାର୍ଯ୍ୟ :
ତିନିରଥର ରୂପକାର ସେବକ ମାନେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ କରିଥିବା ଛଅ ଗୋଟି ସାଲ ଗୁଜରେ ସିଂହ ବିରଳ ରୂପ ଖୋଦେଇର ପଲିସ କାର୍ଯ୍ୟ ସହ ଚାରି ଚାରିଟି ତିଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି । ଦୋଳବେଦୀ ସ୍ତିତ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ସେବକ ମାନେ ତିନିରଥ ପାଇଁ ‘ଘଡି ମୁହଁ- ଦଣ୍ଡା କଣ୍ଟା ଏବଂ ଦଣ୍ଡା ବିଡିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking