36.1 C
Bhubaneswar
Saturday, May 18, 2024
Homeଓଡିଶାରାଜ୍ୟରେ ଜାରି ରହିବ ତାତି

ରାଜ୍ୟରେ ଜାରି ରହିବ ତାତି

ଭୁବନେଶ୍ୱର: ୨ରୁ ୩ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳ ପହଞ୍ଚିଯିବ । ଏଥିପାଇଁ ଦକ୍ଷିଣ-ପୂର୍ବ ଆରବ ସାଗରରେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଆଜି ଦକ୍ଷିଣ ଆରବ ସାଗରର କିଛି ଅଞ୍ଚଳ ସମେତ ସମ୍ପୂର୍ଣ୍ଣ ମାଳଦ୍ୱୀପ ଓ ସଂଲଗ୍ନ ଲାକ୍ଷାଦ୍ୱୀପରେ ମୌସୁମି ସକ୍ରିୟ ହୋଇଛି । ଦକ୍ଷିଣ ଆରବ ସାଗରର ତଳ ଭାଗରେ ପଶ୍ଚିମା ପବନ ସକ୍ରିୟ ହେବା ସହ ଶକ୍ତିଶାଳୀ ହେବାରେ ଲାଗିଛି । ଫଳରେ କେରଳ ଉପକୂଳ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗର ଉପରିସ୍ଥ ବାୟୁମଣ୍ଡଳ ମେଘାଚ୍ଛନ୍ନ ହୋଇଛି । ତେଣୁ ୨ରୁ ୩ ଦିନ ମଧ୍ୟରେ ମୌସୁମି କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ କେରଳ ଛୁଇଁବା ପରେ ଓଡ଼ିଶାକୁ ମୌସୁମି ଆଗମନ ସମ୍ପର୍କରେ କିଛି ସ୍ପଷ୍ଟ କହି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଅନ୍ୟପଟେ ରାଜ୍ୟରେ ଏବେ ପାଗ ଶୁଖିଲା ଓ ଖରାଟିଆ ରହିବ । ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଆଜି ୧୨ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଏଥିମଧ୍ୟରୁ ଅଧିକାଂଶ ସହର ପଶ୍ଚିମ ଓଡ଼ିଶାର ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ତାତି କମ୍ ରହିଛି । ଶନିବାର ୪୩ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର କୌଣସି ସମ୍ଭାବନା ନାହିଁ । ଫଳରେ ଖରା ଟାଣ ରହିବ । ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ଓ ସଂଲଗ୍ନ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ପାଖାପାଖି ରହିବ । ଆକାଶ ଆଂଶିକ ମେଘୁଆ ରହିବ ଓ ଅପରାହ୍ଣରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking