29.1 C
Bhubaneswar
Sunday, May 5, 2024
Homeକରୋନାମହାରାଷ୍ଟ୍ରରେ ୭ ଓମିକ୍ରନ୍ ନୂଆ ସବ୍‌ଭାରିଏଣ୍ଟ ଚିହ୍ନଟ

ମହାରାଷ୍ଟ୍ରରେ ୭ ଓମିକ୍ରନ୍ ନୂଆ ସବ୍‌ଭାରିଏଣ୍ଟ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଓମିକ୍ରମ୍ ସବ୍‌ଭାରିଏଣ୍ଟ ବିଏ.୪ ଏବଂ ବିଏ.୫ର ୭ଟି ନୂଆ ମାମଲା ଚିହ୍ନଟ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ପୁଣେରେ ବିଏ.୪ ଭାରିଏଣ୍ଟ୍‌ର ୪ ଏବଂ ବିଏ.୫ ଭାରିଏଣ୍ଟ୍‌ର ୩ ନୂଆ ମାମଲା ମିଳିଛି । ଏହା ମଧ୍ୟରେ ଚାରିଜଣ ପୁରୁଷ ଏବଂ ତିନିଜଣ ମହିଳା ଅଛନ୍ତି । ଚାରିଜଣ ରୋଗୀଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିବା ବେଳେ ଜଣେ ୯ ବର୍ଷର ବାଳକ ମଧ୍ୟ ରହିଛି । ସମସ୍ତ ବୟସ୍କ ଭ୍ୟାକ୍ସିନ୍‌ର ଉଭୟ ଡୋଜ୍ ନେଇଥିବା ବେଳେ ଜଣେ ବୁଷ୍ଟର୍ ଡୋଜ୍ ମଧ୍ୟ ନେଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣ ସାଉଥ୍ ଆଫ୍ରିକା ଓ ବେଲ୍‌ଜିୟମ୍ ଓ ତିନିଜଣ କେରଳ ଓ କର୍ଣ୍ଣାଟକ ଯାତ୍ରା କରିଥିଲେ । ସେମାନଙ୍କ ସାମାନ୍ୟ ଲକ୍ଷଣ ଥିବାବେଳେ ଘରେ ଚିକିତ୍ସା ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ୨୭୧୦ ନୂଆ ମାମଲା ଜଣାପଡ଼ିଥିବା ବେଳେ ୨୪ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଏହି ସମୟ ମଧ୍ୟରେ ୨୨୯୬ ରୋଗୀ ସୁସ୍ଥ ହୋଇଛନ୍ତି । ଇତିମଧ୍ୟରେ ଦେଶରେ କରୋନାରୁ ସୁସ୍ଥ ହାର ୯୮.୭୫%ରେ ପହଞ୍ଚିଛି । ଅନ୍ୟପକ୍ଷରେ ପଜିଟିଭିଟି ରେଟ୍ ପୂର୍ବପରି ୦.୫୮ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ୧୪,୪୧,୦୭୨ ବ୍ୟକ୍ତି ଭ୍ୟାକ୍ସିନ୍ ନେଇଥିବା ବେଳେ ମୋଟ ଟିକାକରଣ ସଂଖ୍ୟା ୧୯୨.୮୨ କୋଟିରୁ ଅଧିକ ହୋଇଛି । ଭାରତରେ କରୋନା ଯୋଗୁଁ ବର୍ତ୍ତମାନ ସୁଦ୍ଧା ମୋଟ ୫,୨୪,୫୩୯ ଜଣଙ୍କର ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking