40.1 C
Bhubaneswar
Thursday, April 25, 2024
Homeଦ୍ୱାଦଶ ପରୀକ୍ଷା -୨୦୨୨ଜୁଲାଇ ପ୍ରଥମ ସପ୍ତାହରେ +୨ ରେଜଲ୍ଟ

ଜୁଲାଇ ପ୍ରଥମ ସପ୍ତାହରେ +୨ ରେଜଲ୍ଟ

ଭୁବନେଶ୍ୱର: +୨ ପରୀକ୍ଷା ଆସନ୍ତା ୩୧ ତାରିଖରେ ଶେଷ ହେବା ପରେ ଜୁନ ୨ ତାରିଖରୁ ଖାତାଦେଖା ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ । ପ୍ରଥମ ପର୍ଯ୍ୟାୟ ଜୁନ ୨ରୁ ୧୨ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁନ ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି । ପୂର୍ବରୁ ଗତ ୨୨ ତାରିଖରୁ ମୂଲ୍ୟାୟନ ଆରମ୍ଭ କରିବାକୁ କାଉନସିଲ ଯୋଜନା କରିଥିବା ବେଳେ ବିଭିନ୍ନ କାରଣ ଲାଗି ଏହାକୁ ପରବର୍ତ୍ତି ସମୟରେ ଘୁଞ୍ଚାଇ ଦିଆଯାଇଥିଲା । ତେବେ ନୂତନ ତାରିଖ ଧାର୍ଯ୍ୟ ହେବା ପରେ ମାସକ ଭିତରେ ଖାତାଦେଖା ଶେଷ କରି ରେଜଲ୍ଟ ପ୍ରକାଶ କରିବାକୁ କାଉନସିଲ ଯୋଜନା କରିଛି । ସେଥିଲାଗି ଚଳିତବର୍ଷ ପାଖାପାଖି୧୦ ହଜାର ଅଧ୍ୟାପକଙ୍କୁ ଖାତାଦେଖା କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ଏଥିଲାଗି ୪ଟି ଜୋନ ଯଥା ବ୍ରହ୍ମପୁର, ସମ୍ବଲପୁର, ବାରିପଦା ଏବଂ ସେଣ୍ଟ୍ରାଲଜୋନରେ ୩୭ଟି ଇ-ମୂଲ୍ୟାଙ୍କନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ସେହିପରି କଳା ଏବଂ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାଙ୍କନ ୬୪ଟି କେନ୍ଦ୍ରରେ କରାଯାଇଛି । ଖାତାଦେଖା ଲାଗି ପ୍ରାୟ ୨୪ରୁ ୨୬ଦିନ ଲାଗିବ । ପରେ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରାଯାଇ ଜୁଲାଇ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ କରାଯିବାକୁ +୨ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ସୂଚନା ଅନୁଯାୟୀ, ଏଥର ବିଜ୍ଞାନ ଏବଂ ବାଣିଜ୍ୟର ସମସ୍ତ ଉତ୍ତରଖାତା ଇ-ମୂଲ୍ୟାୟନ ପଦ୍ଧତିରେ କରାଯିବ । ଅଫଲାଇନ କେନ୍ଦ୍ରରେ ଖାତାଦେଖା ଲାଗି ପ୍ରତିଟି ଟେବୁଲରେ ୩ଜଣ ଅଧ୍ୟାପକ ରହିବେ । ସେମାନଙ୍କ ମଧ୍ୟରୁ ୨ଜଣ ଖାତାଦେଖିବେ ଏବଂ ଜଣେ ପୁନଃଯାଞ୍ଚ କରିବେ । ମୂଲ୍ୟାଙ୍କନରେ ସ୍ୱଚ୍ଛତା ଏବଂ ନିର୍ଭୁଲ କରିବା ଲାଗି ଅଧିକ ଗୁରୁତ୍ୱ ଦିଆଯିବ ବୋଲି +୨ କାଉନସିଲ ପକ୍ଷରୁ ସ୍ପଷ୍ଠ କରାଯାଇଛି ।

ସେହିପରି ଖାତାଦେଖାରେ ସ୍ୱଚ୍ଛତା ଅବଲମ୍ବନ କରିବା ଲାଗି ପ୍ରତିଟି କେନ୍ଦ୍ରରେ ସିସିଟିଭି ଲାଗିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସମସ୍ତ ୩୭ଟି ଯାକ ଇ ମୂଲ୍ୟାୟନ କେନ୍ଦ୍ରକୁ ଶୀତତାପ ନିୟନ୍ତ୍ରିତ କରାଯିବା ସହ ଅନ୍ୟ ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ମଧ୍ୟ ଅଧ୍ୟାପକଙ୍କ ଲାଗି ସୁ ବନ୍ଦୋବସ୍ତ କରାଯାଇଥିବା କାଉନସିଲ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟଯେ, ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷକେନ୍ଦ୍ରରେ ମୋଟ ୩ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେଥିରୁ କଳାରେ ୨ଲକ୍ଷ ୧୩ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୭୮ହଜାର ୭୭ଜଣ, ବାଣିଜ୍ୟରେ ୨୪ହଜାର ୧୩୬ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ରହିଛନ୍ତି । ଚଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯିବ ।

ପ୍ରଥମଟି ହେଲା- କଲେଜ ସ୍ତରରେ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷାରେ ଛାତ୍ରଛାତ୍ରୀ ପାଇଥିବା ମାର୍କକୁ ୨୦% ୱେଟେଜ୍ ଦିଆଯିବ । ଏଥିପାଇଁ ତିନିଟି ଇଣ୍ଟରନାଲ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବ । ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୮୦ ପ୍ରତିଶତ ୱେଟେଜ ଦିଆଯିବ । ଏପରି ଉଭୟ ଇଣ୍ଟରନାଲ୍ ପରୀକ୍ଷା ଏବଂ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ୱେଟେଜ୍ ଭିତ୍ତିରେ ଫଳାଫଳ ଚୂଡ଼ାନ୍ତ କରାଯିବ । ଦ୍ୱିତୀୟଟି ହେଲା- କେବଳ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୧୦୦ ପ୍ରତିଶତ ୱେଟେଜ୍ ଦିଆଯିବ । ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହାକୁ ସମ୍ପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking