26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗକ୍ୟାନସର ପୀଡ଼ିତାଙ୍କ ଚିକିତ୍ସାରେ ଅର୍ଥ ବାଧକ

କ୍ୟାନସର ପୀଡ଼ିତାଙ୍କ ଚିକିତ୍ସାରେ ଅର୍ଥ ବାଧକ

ବୌଦ୍ଧ :   ବୌଦ୍ଧ ସହର ୯ ନମ୍ବର ୱାର୍ଡର ଗେହ୍ଲିରାଣୀ ବେହେରା(୨୬) ଦୀର୍ଘ ତିନି ବର୍ଷ ହେବ କର୍କଟ ରୋଗରେ ପୀଡ଼ିତ ହୋଇଥିବାବେଳେ ଏବେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସେ ଅର୍ଜୁନ ବେହେରା ଓ ଜୟନ୍ତୀଙ୍କ ଏକ ମାତ୍ର ଝିଅ ହୋଇଥିବାବେଳେ ବାପା ମା ମାଛ ବ୍ୟବସାୟ କରି ଚଳୁଛନ୍ତି । ଏବେ ଝିଅର ଚିନ୍ତା ବାପ ମାଙ୍କୁ ଘାରିଛି । ଅର୍ଜୁନ ଗତ ୫ ବର୍ଷ ତଳେ ଝିଅକୁ ସୋନପୁର ଜିଲ୍ଲା ବିନିକାରେ ବିବାହ କରିଥିଲେ । ଦାମ୍ପତ୍ୟ ଜୀବନ ସୁଖରେ ଚଳି ଆସୁଥିବାବେଳେ ହଠାତ ଗେହ୍ଲିରାଣୀର ହାତରେ ଏକ ଟ୍ୟୁମର ହୋଇଥିଲା । ଏହାକୁ ବୁର୍ଲାରେ ଚିକିତ୍ସା କରାଉଥିବା ବେଳେ ସେଠାରେ ଡାକ୍ତର କର୍କଟ ରୋଗ ହୋଇଥିବା କହିଲେ । ଏହା ଶୁଣି ପରିବାର ଲୋକ ଭାଙ୍ଗି ପଡିଥିଲେ । ଚିକିତ୍ସା ପାଇଁ ଭୂବନେଶ୍ୱର ଏମ୍ସକୁ ନିଆଯାଇଥିଲା । ଏମ୍ସରେ ଡାକ୍ତର ସେମାନଙ୍କୁ କ୍ୟାନ୍ସର ବୋଲି କହିଥିଲେ । ସେଠାରେ ଚିକିତ୍ସା କରାଯାଇ  ଅସ୍ତ୍ରପ୍ରଚାର କରାଯାଇଥିଲା । ହେଲେ ପୁଣି ଥରେ ହାତ ଫୁଲିବା ଦେଖି ପରିବାର ଲୋକେ ଏବେ ଚିକିତ୍ସା ପାଇଁ ବିଶାଖାପାଟଣାକୁ ନେଉଛନ୍ତି । ସେଠାରେ ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ସମସ୍ୟା  ଦେଖାଦେଇଛି । ଅର୍ଜୁନ ଏକ ଝାଟିମାଟି ଘରେ ରହୁଥିବାବେଳେ ସେମାନେ ଯାହା ରୋଜଗାର କରୁଛନ୍ତି ତାହା ପରିବାର ଚଳାଇବା କଷ୍ଟ ହୋଇପଡୁଥିବା ପ୍ରକାଶ କରିଛନ୍ତି । ଗେହ୍ଲିରାଣୀର ଚିକିତ୍ସା ଚିନ୍ତା ସେମାନଙ୍କୁ ଘାରିଛି । କେଉଁଠୁ ଅର୍ଥ ଆଣିବେ ତାହାର ଚିକିତ୍ସା କିପରି କରିବେ ତାହାକୁ ନେଇ ଚିନ୍ତାରେ ପରିବାର ଲୋକ ପଡିଛନ୍ତି । ସେପଟେ ଗେହ୍ଲିରାଣୀର ସ୍ୱାମୀ ମଧ୍ୟ ଏକ ମେକାନିକ ହୋଇଥିବା ବେଳେ ସେଥିରୁ ଯାହା ରୋଜଗାର କରୁଛନ୍ତି ଚିକିତ୍ସାରେ ଚାଲିଯାଉଛି । ଏପରିସ୍ଥଳରେ ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢାଇବା ସହିତ ଚିକିତ୍ସା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବିହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking