29.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗକଳାହାଣ୍ଡି ଗସ୍ତ ନେଇ ତତ୍ପରତା, ପାର୍ବତୀଗିରି ବୃହତ ଉଠା ଜଳସେଚନ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ଗସ୍ତ ନେଇ ତତ୍ପରତା, ପାର୍ବତୀଗିରି ବୃହତ ଉଠା ଜଳସେଚନ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ରେ ଜୟପାଟଣା ବ୍ଲକର ମଙ୍ଗଳପୁର ଠାରେ ଇନ୍ଦ୍ରାବତୀର ଜଳକୁ ନେଇ ୯୮୬ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାର୍ବତୀଗିରୀ ବୃହତ ଉଠାଜଳସେଚନକୁ ଉଦ୍‌ଘାଟନ କରିବେ । ଭବାନୀପାଟଣା ଠାରେ ୩.୫ କୋଟି ଟଙ୍କା ବ୍ୟୟରେ ଅବଜରବେସନ ହୋମ୍ ଏଣ୍ଡ ସ୍ପେସିଆଲ ହୋମ୍ ନିର୍ମାଣ, ଏମ୍‌.ରାମପୁର-ରିଷିଡା-କର୍ଲାମୁଣ୍ଡା ମୁଖ୍ୟ ରାସ୍ତାର ୫୬୦.୭୩ ଲକ୍ଷ ଟଙ୍କା ବ୍ୟୟର ଉନ୍ନତିକରଣ, ଗୋଲାମୁଣ୍ଡା-ବରୋଡା ରାସ୍ତାର ୫୮୩.୯୧ ଲକ୍ଷ ଟଙ୍କା ବ୍ୟୟର ଉନ୍ନତିକରଣ, ଭବାନୀପାଟଣା ରାୟଗଡା ରାସ୍ତାରେ ୫୫୪.୬ ଲକ୍ଷ ଟଙ୍କା ବ୍ୟୟର ପ୍ରସସ୍ତିକରଣ ଓ ସୁଦୃଢିକରଣ, ବାଲିପଡା ରୁପ୍ରା ରାସ୍ତାର ୪୮୨.୪ ଲକ୍ଷ ଟଙ୍କା ବ୍ୟୟର ଉନ୍ନତିକରଣ ବାଲିପଡା ରୁପ୍ରା ରାସ୍ତାର ମାତୁଲ ନାଳ ଉପରେ ୩୨୭.୩୬ ଲକ୍ଷ ଟଙ୍କା ବ୍ୟୟରେ ଏକ ହାଇଲେବୁଲ ସେତୁ ନିର୍ମାଣ, ପାଜିବାହାଲ-ମୋହନଗିରି ରାସ୍ତାର ସିଡିଙ୍ଗପଡା ଜୋର ଉପରେ ୩୫୨.୪୪ ଲକ୍ଷ ଟଙ୍କା ବ୍ୟୟର ହାଇଲେବୁଲ ସେତୁ ନିର୍ମାଣ, ତୁନ୍ଦୁଲା-କର୍ଲାମୁଣ୍ଡା ରାସ୍ତାର ରାଜପଡା ଜୋର ଉପରେ ୩୬୭.୬୧ ଲକ୍ଷ ଟଙ୍କା ବ୍ୟୟରେ ହାଇଲେବୁଲ ସେତୁ, ତୁନ୍ଦୁଲା କର୍ଲାମୁଣ୍ଡା ରାସ୍ତାର ଭୁଙ୍ଗାମୁଣ୍ଡା ନାଳ ଉପରେ ୪୦୮.୨୫ ଲକ୍ଷ ଟଙ୍କା ବ୍ୟୟର ହାଇଲେବୁଲ ସେତୁ, ମହୁଲପାଟଣା-କେନ୍ଦୁଗୁଡା-ଗୋପିନାଥପୁର ରାସ୍ତା ଉପରେ ୩୮୪୨.୦୧ ଲକ୍ଷ ଟଙ୍କା ବ୍ୟୟର ହାଇଲେବୁଲ ସେତୁ, ଜୟପାଟଣା-ଧନସୁଲି ଘାଟ ପର୍ଯ୍ୟନ୍ତ ୪୯୯.୫୬ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତାର ପ୍ରସସ୍ତିକରଣ, ଜୟପାଟଣା-ମୁଖିଗୁଡା ରାସ୍ତାର ୯୯୫.୮୮ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତାର ପ୍ରସସ୍ତିକରଣ, ଦହଗାଁ ଦେଇ ଯାଇଥିବା କୋକସରା-ବେହେରା ରାସ୍ତାରେ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ଉନନ୍ତିକରଣ ଓ ପ୍ରସସ୍ତିକରଣ, ୯ କୋଟି ଟଙ୍କା ବ୍ୟୟରେ ପଲମ ବେଲଖଣ୍ଡି ରାସ୍ତାର ପ୍ରସସ୍ତିକରଣ ଓ ସୁଦୃଢିକରଣ, ୨.୬୨ କୋଟି ଟଙ୍କା ବ୍ୟୟର ବିଜୁ ସେତୁ ଯୋଜନାରେ ୨୦୧ ଜାତୀୟ ରାଜପଥରୁ ଠେମରା ରାସ୍ତାର ନାଳ ଉପରେ ସେତୁ, ୩୬ ଲକ୍ଷ ଟଙ୍କା ବ୍ୟୟରେ ଭବାନୀପାଟଣାରେ ଜଙ୍ଗଲ ବିଭାଗରେ ଏକ ବିଶ୍ରାମଗୃହ, କେସିଙ୍ଗା ବ୍ଲକର ସିରୋଲ ଗ୍ରାମରେ ୨୭.୩୦ ଲକ୍ଷ ଟଙ୍କା ବ୍ୟୟରେ ପାନୀୟଜଳ ଯୋଗାଣ, ଭବାନୀପାଟଣା ବ୍ଲକରେ ଲକ୍ଷ୍ମୀପୁର ଗ୍ରାମରେ ୧୮୧.୯ ଲକ୍ଷ ଟଙ୍କା, ପାଲସିଝରଣ ଗ୍ରାମରେ ୧୬୫.୭୯, କୋକସରା ବ୍ଲକର ରେଙ୍ଗାଲପାଲି ଗ୍ରାମରେ ୨୩୭.୧୯ ଲକ୍ଷ, ଲାଞ୍ଜିଗଡ ବ୍ଲକର ଭୁର୍ତି ଗଡରେ ୧୭୯.୫୪ ଲକ୍ଷ, ମ.ରାମପୁର ବ୍ଲକର ମାଣିକେରାରେ ୧୨୧.୫୩ ଲକ୍ଷ, ଉର୍ଲାଦାନୀ ଠାରେ ୨୭୧.୧୪ ଲକ୍ଷ । ସାଲେଭଟ୍ଟା, ଚମ୍ପାଦେଇପୁର, ଗୋପିନାଥପୁର, ଟେରାଙ୍ଗସିଲ୍‌, ସାନ୍ଦୁଲ ଆଦି ନଦୀ ଉପରେ ବୃହତ୍ ଉଠାଜଳସେଚନ ଭିତ୍ତିପ୍ରସ୍ତର, ଥୁ.ରାମପୁର, ଗୋଲାମୁଣ୍ଡା ଏବଂ ରାୟଗଡା ଜିଲ୍ଲାର କାଶିପୁର ବ୍ଲକରେ ୬୧ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟରେ ବିଦ୍ୟୁତ ପ୍ରକଳ୍ପ ଶିଳାନ୍ୟାସ, ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ପରିଜନ ଓ ସହାୟକ ମାନଙ୍କ ରହଣୀ ସୁବିଧା ପାଇଁ ୩.୩୨ କୋଟି ଟଙ୍କା ବ୍ୟୟରେ ବିଶ୍ରାମସ୍ଥଳି, ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ୯.୮ କୋଟି ଟଙ୍କା ବ୍ୟୟର ୩୦ ଶର୍ଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟ ଏବଂ ପାଷ୍ଟିକୁଡି ସ୍ୱାସ୍ଥ୍ୟକେନ୍ଦ୍ରରେ ୮୭ ଲକ୍ଷ ଟଙ୍କା ବ୍ୟୟର ବର୍ହି ବିଭାଗ ଚିକିତ୍ସାଳୟ ସହିତ କେସିଙ୍ଗା ଠାରେ ୨ ଟି ଏମ୍‌.ଏସ୍‌.ଏମ୍ ଓ ଫୁଡ ପାର୍କ ପ୍ରତିଷ୍ଠା, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଭିତ୍ତିଭୁମି ବିକାଶ ପାଇଁ ୩୧୧.୭୯ ଲକ୍ଷ ଟଙ୍କା ବ୍ୟୟରେ ଗନ୍ଥାଘର, ପାଠାଗାର, କମ୍ପୁଟର ପ୍ରକୋଷ୍ଟ ଏବଂ କମଲରୁମ ସହିତ ୨୧୪.୭୯ ଲକ୍ଷ ଟଙ୍କା ବ୍ୟୟରେ ଏକାଡେମି ବ୍ଲକ ସହିତ ଭବାନୀପାଟଣା, ଜୁନାଗଡ, କେସିଙ୍ଗା, ଓ ଧର୍ମଗଡ ଠାରେ ଅତୟାଧୁନିକ ଶ୍ମଶାନ ସହିତ କ୍ରିଡାର ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ମଧ୍ୟରେ ୧୦୬୪.୮୬୨ କୋଟି ଟଙ୍କା ବ୍ୟୟର ୫୪ ଟି ପ୍ରକଳ୍ପ ଉଦ୍‌ଘାଟନ ଓ ୧୦୨୦.୩୪୭ କୋଟି ଟଙ୍କା ବ୍ୟୟର ୫୨ ଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ଦିଆଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking