29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗନିଖୋଜ ଯୁବକର ଗଳିତ ଶବ ଉଦ୍ଧାର, ତଦନ୍ତ ଆରମ୍ଭ

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର, ତଦନ୍ତ ଆରମ୍ଭ

ଝାରସୁଗୁଡା : ବନହରପାଲି ଥାନା ଅନ୍ତର୍ଗତ ତିଲିଆ ସାପ୍ତାହିକ ବଜାରର ନିକଟରେ ଜଣେ ଯୁବକର ଗଳିତ ଶବକୁ କୁମ୍ଭାରବନ୍ଧ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ତିଲିଆ ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ (୪୯) ବୋଲି ଜଣାପଡିଛି । ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବନହରପାଲି ଥାନା ଅଧିକାରୀ ପ୍ରଶାନ୍ତ ମେହେର, କୁମ୍ଭାରବନ୍ଧ ଫାଣ୍ଡି ଅଧିକାରୀ ଲକ୍ଷ୍‌ମୀନ୍ଦର ପାତ୍ର, ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାସ, ସାଇଂଟିଫିକ ଦଳର ଉପସ୍ଥିତିରେ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପାଠାଯାଇଥିବା ପୁଲିସ ସୂଚନା ଦେଇଛି ।
       ସୂଚନା ଅନୁଯାୟୀ, ଚନ୍ଦ୍ରକାନ୍ତ ଗତ ୬ ତାରିଖ ରାତିରେ ପରିବାର ଲୋକେ ଶୋଇଥିବାବେଳେ ଘରୁ ବାହାରି କୁଆଡ଼େ ଚାଲିଯାଇଥିଲେ । ୭ ତାରିଖ ସକାଳୁ ପରିବାର ଲୋକେ ଓ ଗ୍ରାମବାସୀ ଅନେକ ଖୋଜାଖୋଜି କରିବା ପରେ ନପାଇବାରୁ ବନହରପାଲି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା । ତେବେ ସୋମବାର ଗ୍ରାମର ସାପ୍ତାହିକ ବଜାର ନିକଟରେ ର୍ଦୁଗନ୍ଧ ଆସୁଥିବାରୁ ଲୋକେ ଉକ୍ତ ସ୍ଥାନରେ ଚନ୍ଦ୍ରକାନ୍ତଙ୍କର ଗଳିତ ଶବ ଦେଖିବାକୁ ପାଇଥିଲେ । ପରେ ଶବ ଚିହ୍ନଟ କରାଯାଇ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ ।  ଖବରପାଇ କୁମ୍ଭାରବନ୍ଧ ଫାଣ୍ଡି ଅଧରକାରୀ ଘଟଣାସ୍ଥଳକୁ ଆସି ଶବକୁ ଉଦ୍ଧାର କରିବା ସମୟରେ ପରିବାର ଲୋକେ ଶବକୁ ଉଠାଇବା ପାଇଁ ବାରଣ କରିଥିଲେ । ମୃତ ଚନ୍ଦ୍ରକାନ୍ତଙ୍କୁ ଗ୍ରାମର ଜଣେ ବ୍ୟକ୍ତି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥବାରୁ ସେ ମାନସିକ ଚାପଗ୍ରସ୍ତ ହୋଇ ଘରୁ କୁଆଡେ ଚାଲି ଯାଇଥିଲେ ।  ୪ ଦିନ ପରେ ତାଙ୍କ ଗଳିତ ଶବ ଉଦ୍ଧାର ହୋଇଛି  ତେଣୁ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଲି ଗୁଳଜ କରିଥିବା ବ୍ୟକ୍ତି ହିଁ ଦାୟୀ ବୋଲି ପରିବାର ଲୋକେ କହିଥିଲେ । ତେଣୁ ଚନ୍ଦ୍ରକାନ୍ତଙ୍କୁ ଅଶ୍ଲୀଳ ଭାଷାରେ ଗାଲିଗୁଲଜ କରିଥିବା ବ୍ୟକ୍ତିକୁ ପୁଲିସ ଗିରଫ କରୁ ବୋଲି ଚନ୍ଦ୍ରକାନ୍ତଙ୍କ ପରିବାର ଲୋକେ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking