29.1 C
Bhubaneswar
Sunday, May 5, 2024
Homeଓଡିଶାଶବଦାହ ପାଇଁ ଟଙ୍କା ମାଗୁଥିବା ନିଶାଖୋର ଖାଇଲେ ଛେଚା

ଶବଦାହ ପାଇଁ ଟଙ୍କା ମାଗୁଥିବା ନିଶାଖୋର ଖାଇଲେ ଛେଚା

ଖୋର୍ଦ୍ଧା : ଜଟଣୀର ସାହି ବସ୍ତି ଓ ଗଳିକନ୍ଦିରେ ଶବଦାହ କରିବା ପାଇଁ ଚାନ୍ଦା ଆଦାୟ କରୁଥିବା ଯୁବକମାନଙ୍କୁ ଲୋକେ ବହେ ଛେଚିଛନ୍ତି । ଏମିତି ଏକ ଘଟଣା ସ୍ଥାନୀୟ ଗଜପତି ନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ସହରରେ ତାଲା ବନ୍ଦ ଯୋଗୁ ନିଶାଡି ଓ ଅସାମାଜିକ ଯୁବକ ସାହି ବସ୍ତିରେ ଖଟି କରୁଛନ୍ତି । କାମ ଧନ୍ଦା ନାହିଁ କି ପାଖରେ ପଇସା ନାହିଁ । ଧଳାଜହର ଖାଇବା ପାଇଁ ପଇସା ଦରକାର । ନିଶା ସେବନ ଛାଡିପାରୁ ନାହାନ୍ତି । ଘର ଲୋକ ପଇସା ଦେଉନାହାନ୍ତି । ତେଣୁ ଅଭିନବ ଉପାୟରେ ଚାନ୍ଦା ଆଦାୟ କରି କିଛି ଟଙ୍କା ଧରି ବ୍ରାଉନ୍ ସୁଗାର ସେବନ କରିବା ନିମନ୍ତେ ଦଳେ ନିଶାଡି ବିଭିନ୍ନ ବସ୍ତିରେ ବୁଲୁଛନ୍ତି । ମିଛରେ କହୁଛନ୍ତି କରୋନାରେ ଜଣେ ମରିଗଲେ ଶବଦାହ ପାଇଁ ଟଙ୍କା ଦରକାର । ମୃତକ ଜଣକ ଗରିବ କିଛି ସାହାଯ୍ୟ ଦିଅ । ଏହି ଭଳି ଉପାୟରେ ମୋଟା ଅଙ୍କର ଟଙ୍କା ଆଦାୟ କରି ଖଟିକୁ ଯାଇ ସେଠାରେ ନିଶା ସେବନ କରୁଛନ୍ତି । ପୁଣି ଆଦାୟରେ ଲାଗି ଥିବା ବେଳେ ଗଜପତି ନଗରରେ ଜଣେ ଲୋକ ଜାଣି ପାରିଥିଲେ । ପରେ ସେମାନଙ୍କୁ ଖୋଜି ଖୋଜି ପାଇଲା ପରେ କିଛି ଲୋକ ମିଳିମିଶି ନିସ୍ତୁକ ଛେଚା ଦେଇଥିଲେ । ଏହି ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ସହ ଚର୍ଚ୍ଚା ସୃଷ୍ଟି କରିଛି । ସୂଚନାଯୋଗ୍ୟ, ବ୍ରାଉନ୍ ସୁଗାର କାରବାର ସହରଠୁଁ ଗ୍ରାମ ସବୁଠାରେ ତାଲା ବନ୍ଦର ସୁଯୋଗ ନେଇ ମାଫିଆ ମାନେ ଚଳାଇଛନ୍ତି । ଏହି ଧଳାଜହର ଖାଇବା ପାଇଁ ଜଟଣୀରେ ଚୋରି, ଛିନତାଇ ଓ ରାହାଜାନୀ ଆଦି ଯୁବକମାନେ କରି ଆସୁଛନ୍ତି । ଏହା ଦିନକୁ ଦିନ ବଢ଼ିବାରେ ଲାଗିଲାଣି ହେଲେ ଜଟଣୀରେ ଥିବା ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଲୋକେ ଖୋଜି ପାଉନାହାନ୍ତି । ଅପରପକ୍ଷେ ଜଟଣୀ ଥାନା ପୁଲିସ୍ ମଝିରେ ମଝିରେ ଅଳ୍ପ କେତେକ ଛୋଟ ବେପାରୀଙ୍କୁ ଗିରଫ କରି ବିଦ୍ଧି ରକ୍ଷା କରୁଛି ବୋଲି ଅଭିଯୋଗ ହେଉଛି । ଏହାକୁ ଦୃଷ୍ଟିରେ ରଖି ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking