37.1 C
Bhubaneswar
Saturday, May 18, 2024
Homeଓଡିଶାମୁଖ୍ୟ ସଚିବଙ୍କ ବାତ୍ୟା ସମୀକ୍ଷା

ମୁଖ୍ୟ ସଚିବଙ୍କ ବାତ୍ୟା ସମୀକ୍ଷା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର, ଏନଡିଆରଏଫ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ପ୍ରଭାବିତ ହେବାକୁ ଥିବା ୧୦ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିଥିଲେ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବୈଠକରେ ଆଲୋଚନା ହୋଇଛି ।

ଅନ୍ୟପଟେ ଏସ ଆର ସି କହିଛନ୍ତି , ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆଇଏମଡି, ଏନଡିଏମଏ ସହ ମିଟିଂ ହୋଇଛି । ଆଇଏମଡି ଆକଳନ ଅନୁସାରେ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ରେ ତାହା ଡିପ୍ରେସନ ଓ ୨୪ରେ ବାତ୍ୟାରେ ପରିଣତ ହେବ । ପ୍ରାକ୍ ଆକଳନ ଅନୁସାରେ ଉତ୍ତର ଓଡିଶା-ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ । ତେବେ ତାହାର ଗତି, ବେଗ, ତୀବ୍ରତା କେତେ ରହିବ ଆଇଏମଡି କହିନାହିଁ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଓଡ୍ରାଫ, ଅଗ୍ନିଶମ ଏବଂ ଏନଡିଆରଏଫ ଟିମକୁ ପଠାଯାଉଛି । ଗୁଜୁରାଟ  ଯାଇଥିବା ଏନଡିଆରଏଫ ର ୫ଟି ଟିମ ଆଜି ଫେରି ଆସିବେ । ଆଜିଠାରୁ ମତ୍ସଜୀବୀଙ୍କୁ ସମୁଦ୍ରକୁ ଛଡା ଯାଉନି , ଯିଏ ଅଛନ୍ତି ଫେରିଆସିବେ । ଯେଉଁ ମାଛଧରା ବୋଟ୍ ଅଛନ୍ତି, କୋଷ୍ଟଗାର୍ଡ ଫେରାଇ ଆଣୁଛନ୍ତି । ସହରରେ ଲାଗିଥିବା ହାଇମାଷ୍ଟ ଲାଇଟ ତଳକୁ ଖସାଇ ଅଣାଯିବ । ବିଜ୍ଞାପନ ଲାଗିଥିବା ବିଭିନ୍ନ ହୋର୍ଡିଂ, ବୋର୍ଡ ଖୋଲିବାକୁ କୁହାଯାଇଛି ।  ୨୪ ସୁଦ୍ଧା ନଖୋଲିଲେ  ପୌର କର୍ମଚାରୀ ଜୋର୍‌  କରି ଖୋଲିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking