40.1 C
Bhubaneswar
Thursday, April 25, 2024
Homeଓଡିଶାପଶ୍ଚିମ ଓଡିଶାର ମିନାକ୍ଷୀ ଆଉ ନାହାନ୍ତି

ପଶ୍ଚିମ ଓଡିଶାର ମିନାକ୍ଷୀ ଆଉ ନାହାନ୍ତି

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡିଶା ତଥା ରାଜ୍ୟର ଜଣେ ସୁଖ୍ୟାତି ଲାଭ କରିଥିବା ଉଦଘୋଷିକା ମିନାକ୍ଷୀ ଧର(୪୯) ଙ୍କ ଆଜି ୧୧ ଟାରେ ଦେହାନ୍ତ ହୋଇଛି । ଚଳିତ ମାସ ୧୨ତାରିଖରେ ୨ ଜଣ ଦୁର୍ବୁତ୍ତଙ୍କ ଛୀନତାଇ ଓ ଆକ୍ରମଣ ଶିକାର ହୋଇଥିଲେ । ଦୁର୍ବୁତ୍ତ ୨ ଜଣ ମିନାକ୍ଷୀଙ୍କ ବେକରୁ ସୁନା ଚେନ ଓ ବ୍ୟାଗ ଛଡାଇ ନେଇ ଫେରାର ହୋଇ ଯାଇଥିଲେ । ମିନାକ୍ଷୀ ନିଜ ସ୍କୁଟିରୁ ତଳେ ସଡକରେ ପଡି ଅଚେତ ହୋଇଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ଆଇଜିଏଚ ରେ ଭର୍ତି କରାଯାଇଥିଲା । ତାଙ୍କ ଜୀବନ ସଂକଟାପନ୍ନ ଥିବାରୁ ଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ମୁଣ୍ଡ ଆଘାତର ଅସ୍ତ୍ରୋପଚାର କରାଯାଇଥିଲା । ୧୦ ଦିନ ଜୀବନ ସଂଘର୍ଷ ପରେ ଆଜି ଜୀବନ ଦୀପ ଲିଭି ଯାଇଥିଲା । ମିନାକ୍ଷୀ ତାଙ୍କ ପଛରେ ସ୍ୱାମୀ ରୋଟାରିଆନ ନଳିନୀ କାନ୍ତ ଧର ଓ ପୂଜା ତଥା ପ୍ରାଚୀ ଦୁଇ ଝିଅ ଛାଡି ଯାଇଛନ୍ତି । ମିନାକ୍ଷୀ ଜଣେ ଆଗ ଧାଡ଼ିର ଉଦ୍ଘୋଷିକା ସହ ସମାଜ ସେବୀ ଥିଲେ । ରାଉରକେଲା ର ଅଧିକାଂଶ ସାମାଜିକ ଅନୁଷ୍ଠାନ ସହ ସେ ଜଡିତ ଥିଲେ । ଜିଲା ପ୍ରସାଶନ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଉଦ୍ଘୋଷିକା ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଆଦର୍ଶ ପାଠାଗାର,କୋଏଲ କ୍ଲବ, ପଶ୍ଚିମ ଓଡିଶା ସାଂସ୍କୃତିକ ସଂଘ ସମେତ ୨୦ରୁ ଉର୍ଦ୍ଧ ସଂସ୍ଥା ସହ ଓତଃପ୍ରୋତ ଭାବେ ସକ୍ରିୟ ଥିଲେ । ସଙ୍ଗୀତ ଗାନ କରିବା ସହ ପାରମ୍ପରିକ କଳାର ପ୍ରସାର କରୁଥିଲେ । ତାଙ୍କ ଅକାଳ ବିୟୋଗରେ ରାଉରକେଲା ବିଧାୟକ ସାରଦା ନାୟକ, ପୂର୍ବତନ ବିଧାୟକ ଜର୍ଜ ତିର୍କୀ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସମେତ ବିଭିନ୍ନ ମହଲରୁ ଶୋକ ବ୍ୟକ୍ତ କରାଯାଇଛି । ଶକ୍ତିନଗର ବାସ ଭବନରୁ ତାଙ୍କ ଶେଷ ଯାତ୍ରା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking