30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଆମେରିକା ମାଗାଜିନ୍ କଭର ପେଜ୍‌ରେ ମୋଦୀ

ଆମେରିକା ମାଗାଜିନ୍ କଭର ପେଜ୍‌ରେ ମୋଦୀ

ନ୍ୟୁୟର୍କ : ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ୍ କଭରପେଜ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିଛି । ଦୀର୍ଘ ୯୦ ମିନିଟ୍ ଧରି ନ୍ୟୁଜ୍‌ୱିକ୍‌କୁ ପ୍ରଧାନମନ୍ତ୍ରୀ ମୋଦୀ ସାକ୍ଷାତକାର ଦେଇଛନ୍ତି । ଏହି ସମୟରେ ମୋଦୀ କହିଛନ୍ତି, ଭାରତ ପାଇଁ ଚୀନ୍ ସହ ସମ୍ପର୍କ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ତ୍ୱପୂର୍ଣ୍ଣ । ମୁଁ ବିଶ୍ୱାସ କରେ ଯେ ଆମର ସୀମା ଉପରେ ଦୀର୍ଘଦିନ ଧରି ଚାଲିଥିବା ପରିସ୍ଥିତି ବିଷୟରେ ଆଲୋଚନା କରିବା ଉଚିତ୍ । ଯାହାଦ୍ୱାରା ବିବାଦକୁ ପଛରେ ଛାଡି ଦିଆଯାଇପାରେ । କେବଳ ଆମରି ଦୁଇ ଦେଶ ପାଇଁ ନୁହେଁ ସମଗ୍ର ଅଞ୍ଚଳ ଏବଂ ବିଶ୍ୱପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ । କୂଟନୈତିକ ଏବଂ ସାମରିକ ସ୍ତରରେ ସକରାତ୍ମକ ତଥା ଗଠନମୂଳକ ଦ୍ୱିପାକ୍ଷିକ ଯୋଗଦାନ ମାଧ୍ୟମରେ ମୁଁ ଆମର ସୀମାରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସକ୍ଷମ ହେବ ବୋଲି ମୁୂଁ ଆଶା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking