28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶକେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓ ବାବୁଲ ସୁପ୍ରିୟୋ ଦେଲେ ଇସ୍ତଫା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓ ବାବୁଲ ସୁପ୍ରିୟୋ ଦେଲେ ଇସ୍ତଫା

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ବୁଧବାର ସନ୍ଧ୍ୟାରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ହେଲେ ତା ପୂର୍ବରୁ ଦିଲ୍ଲୀରେ ହୁଲଚୁଲ୍ ଆରମ୍ଭ ହୋଇଗଲାଣି । ମନ୍ତ୍ରୀମଣ୍ଡଳରେ ନୂଆ ନାମ ଯୋଡିହେବା ପୂର୍ବରୁ କିଛି ପୁରୁଣା ନାମର ବିଦାୟ ହୋଇଛି ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଇସ୍ତଫା ଦେଇଛନ୍ତି । କରୋନାର ଦ୍ୱିତୀୟ ଲହର ନେଇ ଯେଉଁଭଳି ମୋଦି ସରକାର ପ୍ରଶ୍ନ ଘେରକୁ ଆସିଥିଲେ, ତାର ପ୍ରଭାବ ଏବେ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଉଠାଇବାକୁ ପଡିଛି । ନୂଆଦିଲ୍ଲୀରୁ ସାଂସଦ ଅଛନ୍ତି ହର୍ଷବର୍ଦ୍ଧନ । ହର୍ଷବର୍ଦ୍ଧନଙ୍କ ପାଖରେ ବିଜ୍ଞାନ ଓ ଟେକ୍ନିକ ମନ୍ତ୍ରାଳୟ ବି ଥିଲା । ଅର୍ଥାତ ହର୍ଷବର୍ଦ୍ଧନଙ୍କ ଇସ୍ତଫାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଖାଲି ହୋଇଗଲା । ସେହିଭଳି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ରହିଛି । ସେହିଭଳି ସଂଜୟ ଧୋତ୍ରେ, ରତନଲାଲ କାଟାରିଆ, ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ, ରାଓ ସାହେବ ଦାନବେ ପାଟିଲ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କଙ୍କ କ୍ୟାବିନେଟରୁ ଛୁଟି ହୋଇଛି । ରମେଶ ପୋଖରୀଆଲଙ୍କ ବ୍ୟତୀତ ସନ୍ତୋଷ ଗଙ୍ଗବାର, ଦେବୋଶ୍ରୀ ଚୌଧୁରୀ, ସଦାନନ୍ଦ ଗୌଡାଙ୍କର ବି କ୍ୟାବିନେଟରୁ ଛୁଟି ହୋଇଛି । ଏମାନଙ୍କ ପୂର୍ବରୁ ଥାବରଚନ୍ଦ ଗେହଲଟଙ୍କୁ ରାଜ୍ୟପାଳ ବନା ଯାଇଛି । ଏମିତିରେ ସେ ବି କ୍ୟାବିନେଟରୁ ବିଦା ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଆଉ ଦୁଇ ବରିଷ୍ଠ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆଇଟି ଓ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଜଙ୍ଗଲ ପରିବେଶ ଓ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଇସ୍ତଫା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ରମେଶ ପୋଖରୀଆଲ ନିଶଙ୍କଙ୍କୁ ସ୍ୱାସ୍ଥ୍ୟଗତ କାରଣ ପାଇଁ କେନ୍ଦ୍ର କ୍ୟାବିନେଟରୁ ହଟା ଯାଇଛି । କରୋନା ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଲଗାତର ଭାବେ ଖରାପ ହେଉଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବୋଶ୍ରୀ ଚୌଧୁରୀଙ୍କ ଇସ୍ତଫା ମାଗିଛନ୍ତି । ପଶ୍ଚିମବଙ୍ଗର କିଛି ନୂଆ ଚେହେରାଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିପାରେ ବୋଲି ଆଶଙ୍କା କରାଯାଉଛି ।  ସେହିଭଳି ସଦାନନ୍ଦ ଗୌଡା ଓ ସନ୍ତୋଷ ଗଙ୍ଗବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking