23.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶପ୍ରତାପ ଷଡଙ୍ଗୀଙ୍କ ଇସ୍ତଫା

ପ୍ରତାପ ଷଡଙ୍ଗୀଙ୍କ ଇସ୍ତଫା

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ପ୍ରତାପ ଷଡଙ୍ଗୀ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସଂପ୍ରସାରଣ ଅବସରରେ ସେ ଇସ୍ତଫା ଦେଇଥିବା ସୂଚନା ରହିଛି । ଏମଏସଏମଇ ଓ ପଶୁ ସଂପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ ।

ଅନ୍ୟପଟେ, ଆଜି ସନ୍ଧ୍ୟା ୬ଟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ । ଏଥିରେ ଓଡିଶାରୁ ଦୁଇ ଜଣ ସ୍ଥାନ ପାଇବାର ସମ୍ଭାବନା ରହିଛି । ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁ ଓ ରାଜ୍ୟସଭା ସାଂସଦ  ଅଶ୍ୱିନୀ ବୈଷ୍ଣବ ଏହି ଦୁଇଜଣ ସ୍ଥାନ ପାଇବାର ସମ୍ଭାବନା ରହିଛି । ଯେଉଁମାନେ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ସେମାନଙ୍କୁ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଡକାଯାଇଥିଲା । ୪୭ ଜଣ ସାଂସଦ ପହଂଚିଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସେମାନେ ସମସ୍ତେ ଏକାଠି ହୋଇଥିଲେ । ଓଡିଶାରୁ ଦୁଇ ଜଣ ଥିଲେ । ତେବେ ଏଥିରୁ ଆଶା କରାଯାଉଛି ଯେ, ଉଭୟେ ସ୍ଥାନ ପାଇବେ । ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁ ଓ ରାଜ୍ୟସଭା ସାଂସଦ  ଅଶ୍ୱିନୀ ବୈଷ୍ଣବ ଙ୍କ ମଧ୍ୟରୁ ଟୁଡୁ ସ୍ଥାନ ପାଇବା ଏକପ୍ରକାର ସ୍ପଷ୍ଟ ହୋଇଛି । କାରଣ ସେ ଆଜି ଏସଂପର୍କରେ ସୂଚନା ଦେଇଛନ୍ତି । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ଫୋନ ଆସିଥିଲା, ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲି । ସନ୍ଧ୍ୟା ୫ଟାରେ ମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିରୁ ସେ ସ୍ଥାନ ପାଇବା ସ୍ପଷ୍ଟ ହୋଇଛି । ସେହିପରି ଅଶ୍ୱିନୀ ବୈଷ୍ଣବ ମଧ୍ୟ ଯେହେତୁ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ, ତେଣୁ ସେ ବି ପାଇବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking