36.1 C
Bhubaneswar
Monday, May 6, 2024
Homeଓଡିଶାସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ମାଲକାନଗିରି: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଗଣିତ ଗଣମାଧ୍ୟମଙ୍କୁ ମାଡ଼ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଜିଲ୍ଲା ରେ କାର୍ଯ୍ୟରତ ୩ ପ୍ରମୁଖ ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା । ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତା, ଲୋକଙ୍କ ସମସ୍ୟା ସମ୍ବନ୍ଧରେ ଦିନରାତି କଷ୍ଟ କରି କୋଟି କୋଟି ଲୋକଙ୍କୁ ଦେଶ ବିଦେଶରେ ବିଭିନ୍ନ ସୂଚନା ଦେଇଥାନ୍ତି। ଏଥିସହ ଅନେକ ଘଟଣାର ସମାଧାନ ମଧ୍ୟ ହୋଇ ପାରୁଛି ା ଯେଉଁଠି କିଛି ଘଟଣା ସରକାର କିମ୍ବା ପ୍ରଶାସନ ଜାଣି ପାରୁନାହାନ୍ତ ସେଠି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଘଟଣା ସମ୍ବନ୍ଧରେ ସରକାର ଏବଂ ଜିଲା ପ୍ରଶାସନକୁ ଅବଗତ କରି ଅନେକ ବଡ଼ବଡ଼ ଘଟଣାର ସମାଧାନ ଏବଂ ସଂଶୋଧନ କରି ପାରୁଛି। ଚତୁର୍ଥସ୍ତମ୍ଭ ଗଣତନ୍ତ୍ରର ରକ୍ଷାକବଚ। କିନ୍ତୁ କେତେକ ବିଶୃଙ୍ଖୁଳିତ ପୋଲିସ ଅଧିକାରୀ ରାଜ୍ୟରେ ଅନେକ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରି ଆସୁଥିବା ନଜିର ରହିଛି।

ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ୧୫୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ନିକଟରେ କେନ୍ଦ୍ରାପଡ଼ାଠାରେ ଜଣେ ମହିଳା ପୋଲିସ ସର୍ବସାଧାରଣରେ ଜଣେ କାର୍ଯ୍ୟରତସାମ୍ବାଦିକଙ୍କୁ ମାଡ଼ ମାରିବାଓ ଗାଳିଦେବା ଘଟଣାକୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେହିପରି ପୁରୀ ଜିଲା ଗୋପ୍‌ ଥାନା ଅଧିକାରୀ ଜଣେ ଜୈନେକ ସାମ୍ବାଦିକଙ୍କୁ ଗୁଳିକରି ମାରିଦେବା ପାଇଁ ଧମକଦେବା ,ଫୁଲବାଣୀରେ ଜଣେ ମହିଳା ଆର.ଆଇ ସମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ମୋବାଇଲ୍‌ ଛଡ଼ାଇ ନେବା ଘଟଣା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ରବିବାର ମାଲକାନଗିରି ଭାରପ୍ରାପ୍ତ ଜିଲାପାଳ ବୀରସେନ ପ୍ରଧାନଙ୍କ ଜରିଆରେ ଏକ ଦାବିପତ୍ର ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ, ରତ୍ନାକର ଦାସ, ଦୁର୍ଯ୍ୟୋଧନ ପାତ୍ର ଏବଂ ଅନ୍ୟ ସାମ୍ବାଦିକ ଗଣ ହେଲେ ମିଲୁ ପଟ୍ଟନାୟକ, ସତ୍ୟନାରାୟଣ ଦାସ, ମନୋଜ କୁମାର ମହାନ୍ତି, ଶ୍ରୀନିବାସ ପାତ୍ର, ଅଶୋକ ମିଶ୍ର, ପଞ୍ଚାନନ ଦାସ, ତ୍ରିଲୋଚନ ଦାସ, ସୀମାଞ୍ଚଳ ପାଣିଗ୍ରାହୀ, ଅଶିମ୍‌ ବିଶ୍ୱାସ, ଅପୂର୍ବ ଥଣ୍ଡର, ଚନ୍ଦ୍ରକାନ୍ତ ପଣ୍ଡାଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking