40.1 C
Bhubaneswar
Wednesday, April 24, 2024
Homeଓଡିଶାଦୁଇଜଣ ଡକାୟତକୁ କାବୁ କରି ପୋଲିସରେ ଜିମା ଦେଲେ ଗ୍ରାମବାସୀ 

ଦୁଇଜଣ ଡକାୟତକୁ କାବୁ କରି ପୋଲିସରେ ଜିମା ଦେଲେ ଗ୍ରାମବାସୀ 

କଳାହାଣ୍ଡି :  ଜିଲ୍ଲା ମ. ରାମପୁର ଥାନା ଅନ୍ତର୍ଗତ ମଦନପୁର ଗ୍ରାମ ବାସୀ ଦୁଇ ଜଣ ଡକାୟତକୁ ଧରି ଦୌଡିରେ ବାନ୍ଧିବା ସହ ଉତ୍ତମ ମଧ୍ୟମ ଦେଇ ମ.ରାମପୁର ପୋଲିସକୁ ଖବର ଦେଇଥିଲେ l ପରେ ଖବରପାଇ ମ.ରାମପୁର ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଏ.ଏସ୍. ଆଇ କାହ୍ନୁ ଚରଣ ପଣ୍ଡା ସଦଳବଳେ ଘଟଣାସ୍ଥଳ କୁ ପହଞ୍ଚିଥିଲେ l ଏନେଇ ପୋଲିସ ପହଞ୍ଚିବା ପରେ ଉକ୍ତ ଡକାୟତଙ୍କୁ ପୋଲିସର ଜିମା ଦେଇଥିଲେ ଗ୍ରାମବାସୀ l ତେବେ ଡକାୟତଙ୍କ ଠାରୁ ଏକ ପିସ୍ତଲ ଦୁଇଟି ଅଫୁଟା ଗୁଳି ଏବଂ ଗୋଟିଏ ପଲସର ବାଇକ ଜବତ କରିବା ସହ ଦୁଇ ଜଣ ଡକାୟତ କୁ ମ.ରାମପୁର ଥାନା ରେ ଅଟରଖି ପଚରା ଉଚରା କରା ଜାଇଥିଲା l ଏବଂ ଡକାୟତ ଦ୍ବୟ ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଅର୍ଡା ଗ୍ରାମ ର ନିଵାସ ବାରିକ ଓ ଟିଟିପାଲି ଗ୍ରାମର ମନୋଜ କୁମାର ବୋଲି ଜଣା ପଡିଛି । ଏନେଇ ଆଜି ଉଭୟ ଡକାୟତ ଙ୍କୁ ପୋଲିସ କୋର୍ଟ୍ ଚାଲାଣ କରିଥିବା ସୂଚନା ରହିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking