28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସପିଂ ମଲରେ ମିସାଇଲ୍ ଆଟାକ୍ କଲା ଋଷ

ସପିଂ ମଲରେ ମିସାଇଲ୍ ଆଟାକ୍ କଲା ଋଷ

କିଭ୍: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ। ସୋମବାର ୟୁକ୍ରେନ୍ ପୋଲ୍‌ଟାଭା କ୍ରେମେନ୍‌ଚୁକରେ ଥିବା ଏକ ମଲରେ ଋଷ ମିସାଇଲ୍ ମାଡ଼ କରିଛି। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଉକ୍ତ ଅଞ୍ଚଳର ଗଭର୍ଣ୍ଣର ସୂଚନା ଦେଇଛନ୍ତି। କ୍ରେମେନ୍‌ଚୁକ ପ୍ରଶାସନ ସୂଚନା ଦେଇ କହିଛି “ କ୍ରେମେନ୍‌ଚୁକରେ ମିସାଇଲ୍ ମାଡ଼ ହେବା ଯୋଗୁ ବର୍ତ୍ତମାନ ସୁଧା ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି। ” ପୋଲ୍‌ଟାଭା ପ୍ରଶାସନ ମୁଖ୍ୟ ଦିମିତ୍ରି ଲୁନିନ ଏହି ସୂଚନା ଦେଇଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତିଙ୍କର ଡେପୁଟି ଚିଫ୍ ଅଫ୍ ଷ୍ଟାପ୍ କିର୍ଲୋ ଟାଇମୋଶେଙ୍କୋ ଟେଲିଗ୍ରାମ ଯୋଗେ କହିଛନ୍ତି ଯେ ସେଠାରେ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କାର‌୍ୟ୍ୟା ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking