27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆସାମ ବନ୍ୟାରେ ଗଲାଣି ୧୩୪ ଜୀବନ

ଆସାମ ବନ୍ୟାରେ ଗଲାଣି ୧୩୪ ଜୀବନ

ମୁମ୍ବାଇ : ଆସାମରେ ବନ୍ୟା କମିଛି । ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନି । ଏବେବି ଲକ୍ଷଲକ୍ଷ ଲୋକ ପାଣି ଘେରରେ ଅଛନ୍ତି । ଅନ୍ୟଦିଗରେ ସରକାର ମଧ୍ୟ ବନ୍ୟା ପୀଡିତଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଉଛନ୍ତି । ଏହାମଧ୍ୟରେ ବନ୍ୟା କାରଣରୁ ରାଜ୍ୟରେ ୧୩୪ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ରାଜ୍ୟର ବିପର‌୍ୟ୍ୟୟ ପରିଚାଳନା ଅଧିକାରୀଙ୍କ କହିବାନୁସାରେ, ସୋମବାର ବନ୍ୟା ପାଇଁ ୮ ଜଣ ପ୍ରାଣ ହରାଇଛନ୍ତି । ୨୧ ଲକ୍ଷରୁ ଅଧିକ ଲୋକ ଏବେବି ପାଣି ଘେରରେ ରହିଛନ୍ତି । ମୃତକଙ୍କ ସଂଖ୍ୟା ବଢିବା ପରେ ମୋଟ୍ ମୃତ୍ୟୁସଂଖ୍ୟା ୧୩୪ ଛୁଇଁଛି । ଆହୁରି ମଧ୍ୟ ଜଣାପଡିଛି ଯେ,ପୂର୍ବରୁ ୨୮ ଜିଲ୍ଲାର ୨୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଏବେ ୨୨ ଜିଲ୍ଲା ପ୍ରଭାବିତ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking